ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ବାଲଟ ବକ୍ସ ଓ ନିର୍ବାଚନ ସାମଗ୍ରୀ

ଭୁବନେଶ୍ବରରେ ପହଞ୍ଚିଲା ବାଲଟ ବକ୍ସ

ଭୁବନେଶ୍ବର : ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସ ଓ ଅନ୍ୟ ନିର୍ବାଚନ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ବିମାନବନ୍ଦରରେ ଏସବୁ ସାମଗ୍ରୀ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଧାନସଭାକୁ ନିଆଯାଇଛି। ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ବିଧାନସୌଧର ପ୍ରଥମ ମହଲାରେ ଥିବା ରୁମ ନଂ୫୪ରେ ଭୋଟ ଗ୍ରହଣ ହେବ। ଓଡ଼ିଶା ବିଧାନସଭାର ନିର୍ବାଚିତ ସଦସ୍ୟମାନେ ୧୮ ତାରିଖ ଦିନ ୧୦ଟାରୁ ସଂଧ୍ୟା ୫ଟା ମଧ୍ୟରେ ଆସି ଭୋଟ ଦେଇପାରିବେ। ଯଦି କୌଣସି ସାଂସଦ ଓ ଅନ୍ୟ ରାଜ୍ୟର ବିଧାୟକ ଏଠାରେ ଭୋଟ ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ଏଥିପାଇଁ ଭାରତର ନିର୍ବାଚନ କମିଶନଙ୍କ ଅନୁମତି ନେବାକୁ ହେବ। ଭୋଟ ଦେବା ପୂର୍ବରୁ ସେମାନଙ୍କୁ ନିର୍ବାଚନ ଆୟୋଗଙ୍କ ଅନୁପତି ପତ୍ର ପ୍ରିଜାଇଡିଂ ଅଫିସରଙ୍କୁ ଦେଖାଇବାକୁ ହେବ। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ୟୁପିଏ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି।

Share Now:

Kalinga News Beuro

Next Post

ରୁଚିକା ମହାନ୍ତି ଆତ୍ମହତ୍ୟା: ଡିସିପି କହିଲେ କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି

Tue Jul 12 , 2022
ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୧ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ପୁଲିସ ଏହାରି ମଧ୍ୟରେ ବହୁ ତଦନ୍ତ କରିଥିଲେ ବି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ପାଇପାରି ନାହିଁ। ୧୯୮ ଜଣ ଛାତ୍ରୀ, ସଂପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରାଯାଇଥିଲେ ବି ରୁଚିକାଙ୍କ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ ସେମାନଙ୍କ ବିଷୟରେ କିଛି ଜଣାପଡୁ ନାହିଁ। ଭୁବନେଶ୍ବର ଡିସିପି […]
ଭୁବନେଶ୍ବର ଡିସିପି ପ୍ରତୀକ ସିଂହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial