ଯୁବ ଡାକ୍ତରଙ୍କ ମହାନତା: ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ନିଜ ଗାଡ଼ିରେ ଆଣିଲେ ଡାକ୍ତରଖାନା

ଯୁବ ଡାକ୍ତରଙ୍କ ମହାନତା

କାମାକ୍ଷାନଗର: ଡାକ୍ତରମାନେ ରୋଗୀଙ୍କ ଜୀବନ ଫେରାଇ ଆଣିଥାନ୍ତି ‌ବୋଲି ତାଙ୍କୁ ଲୋକେ ଦ୍ୱିତୀୟ ଭଗବାନ କହିଥାନ୍ତି। ଏଭଳି ଜ୍ୱଳନ୍ତ ଉଦାହରଣ ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି। କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ସିଦ୍ଧାର୍ଥ ବେହୁରା ଆଜ ଦୁର୍ଘଟଣାଗସ୍ତ ରୋଗୀଙ୍କୁ ନିଜ ଗାଡ଼ିରେ ଆଣି ଚିକିତ୍ସା କରିଛନ୍ତି।ସୂଚନା ଅନୁସାରେ ଆଜି କାମାକ୍ଷାନଗରରୁ ଡାକ୍ତର ବେଉରା ନିଜ କାର ଯୋଗେ ଢେଙ୍କାନାଳ ଯାଉଥିବା ସମୟରେ କାମାକ୍ଷାନଗର ଥାନା ମହୁଲପାଳ ନିକଟରେ ବାଙ୍କୀ ଅଞ୍ଚଳର ଜଣେ ଯୁବକ ସଡ଼କଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ପଡି ରହିଥିଲେ। ଯୁବକଙ୍କର ଏହିଭଳି ଅବସ୍ଥା ଦେଖି ଡାକ୍ତର ବେଉରା ଆଉ ଢେଙ୍କାନାଳ ନ ଯାଇ ରୋଗୀଙ୍କୁୁ ନିଜ ଗାଡ଼ିରେ ନେଇ କାମାକ୍ଷାନଗର ଡାକ୍ତରଖାନା ଫେରି ଆସିଥିଲେ। ଦୁର୍ଘଟଣାର ସାମ୍ନା କରିଥିବା ବ୍ୟକ୍ତି ହେଲେ ବିକାଶ କୁମାର ଦଳେଇ। ତାଙ୍କର ଘର ବାଙ୍କୀ ଅଞ୍ଚଳ ବୋଲି ଜଣାପଡ଼ିଛି। ତେବେ ଡାକ୍ତରଙ୍କ ମହାନ୍‌ କାର୍ଯ୍ୟକୁ ନେଇ ସମଗ୍ର କାମାକ୍ଷାନଗର ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଜଣେ ପରୋପକାରୀ ଡାକ୍ତର ପାଇଁ ସେମାନେ ନିଜକୁ ଧନ୍ୟ ମଣୁଛନ୍ତି।

Share Now:

Kalinga News Beuro

Next Post

ପିଏଫଆଇର ଲକ୍ଷ୍ୟ : ୨୦୪୭ ସୁଦ୍ଧା ଭାରତରେ ଇସ୍ଲାମୀୟ ଶାସନ

Thu Jul 14 , 2022
ପାଟନା : ଇସ୍ଲାମୀୟ ମୌଳବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ବିହାର ପୁଲିସ। ୨୦୪୭ ସୁଦ୍ଧା ଭାରତରେ ଇସ୍ଲାମୀୟ ଶାସନ ପ୍ରତିଷ୍ଠା କରିବା ଦିଗରେ ଏହି ସଂଗଠନ କାମ କରୁଥିବା ଜଣାପଡ଼ିଛି। ଗତ ଜୁଲାଇ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିହାର ଗସ୍ତ ସମୟରେ ଏହି ସଂଗଠନ ପକ୍ଷରୁ ତାଙ୍କୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ବିହାର ପୁଲିସ […]
PFI

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial