ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ୫ମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ODMA

ବ୍ରହ୍ମପୁର : ସାମ୍ବାଦିକ ସଚେତନ ରହିଲେ ସମ୍ବାଦ ପରିବେଷଣରେ ଆଦୌ ତ୍ରୁଟି ରହିବ ନାହିଁ। ତ୍ରୁଟିପୂର୍ଣ୍ଣ ସମ୍ବାଦ ସମାଜକୁ କ୍ଷତବୀକ୍ଷତ କରୁଥିବା ବେଳେ ,ଏଥିରୁ ବିରତରହିବା ପାଇଁ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ସଂଗଠନ ନେତା ଆଇନଜ୍ଞ ପୀତବାସ ପଣ୍ଡା ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ୫ମ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଛନ୍ତି।
ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ସୁନୀଲ କୁମାର ଦେ ଅନ୍ୟତମ ପ୍ରବକ୍ତା ଭାବେ ଯୋଗଦେଇ ସମ୍ପ୍ରତି ଡିଜିଟାଲ ମିଡ଼ିଆ ଉପରେ ଦେଖାଦେଇଥିବା ବୃତ୍ତିଗତ ଅସୁବିଧା ଗୁଡିକ ସରକାରୀ ସ୍ତରରେ କିଭଳି ଦୂର ହୋଇପାରିବ ସେ ନେଇ ବକ୍ତବ୍ୟ ରଖିବା ସହିତ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଦୃଢ ବିରୋଧ କରିଥିଲେ। ରାଜ୍ୟ ସରକାରଙ୍କ ପାଖରେ ଡିଜିଟାଲ ମିଡ଼ିଆ ସମ୍ପର୍କରେ କୌଣସି ତଥ୍ୟ ରହିନଥିବା ନେଇ ନିକଟରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ବୟାନ ଯୋଗୁଁ ବୈଠକରେ କ୍ଷୋଭ ପ୍ରକାଶ କରାଯାଇ ସଂଘ ତରଫରୁ ଏକ ଦାବିପତ୍ର ସରକାରଙ୍କୁ ଦିଆଯିବା ପାଇଁ ଦାବି କରାଯାଇଥିଲା। ନିକଟରେ କେନ୍ଦ୍ର ସରକାର ‘ଡିଜିଟାଲ ମିଡ଼ିଆ’କୁ ପ୍ରେସ କାଉନସିଲ ପରିସରଭୁକ୍ତ କରି ପଞ୍ଜିକରଣ କରିବା ଉପରେ ଏକ ପ୍ରସ୍ତାବ ସଂସଦରେ ପାରିତ ହେବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିବା ଯୋଗୁଁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।ସର୍ବୋପରି ସାମ୍ବାଦିକ ସୁରକ୍ଷା ଓ ପେନସନ ଦାବିର ପୁନରାବୃତ୍ତି କରାଯାଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନୃସିଂହାନନ୍ଦ ପାଢ଼ୀ, ଜୀବନାନନ୍ଦ କର, ଭଗବାନ ଦାସ, ସଞ୍ଜୟ କୁମାର ଦାସ, ସୀତାକାନ୍ତ ପାତ୍ର, ପ୍ରଫୁଲ୍ଲ କୁମାର ସାବତ, ଅନନ୍ତ କୁମାର ହୋତା, ଅଜୟ କୁମାର ସ୍ୱାଇଁ,ବିଚିତ୍ର ସାହୁ ପ୍ରମୁଖ ସଭ୍ୟମାନେ ଆଲୋଚନାରେ ଭାଗ ନେଇଥିବା ବେଳେ କୃଷ୍ଣଚନ୍ଦ୍ର ପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Share Now:

Kalinga News Beuro

Next Post

ଭୁବନେଶ୍ବରରେ ମାସ୍କ ପରିଧାନ ନିୟମ କଡ଼ାକଡ଼ି : ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

Sun Jul 17 , 2022
ଭୁବନେଶ୍ବର: ବିଗତ ୧୫ ଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ରାଜଧାନୀବାସୀଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ନୂଆଁ ଗାଇଡଲାଇନ୍‌ ଜାରି ହୋଇଛି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ଲୋକ ଓ ଭୁବନେଶ୍ବରକୁ ବାହାରୁ ଆସୁଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ସମସ୍ତ ଦୋକାନ, ସପିଙ୍ଗମଲରେ ଗ୍ରାହକ ଓ ଦୋକାନୀ ମାସ୍କ ପିନ୍ଧିନଥିଲେ ପ୍ରବେଶ ନିଷେଧ କରାଯାଇଛି। ଦୋକାନ ବାହାରେ […]
ଭୁବନେଶ୍ବରରେ ମାସ୍କ ପରିଧାନ ନିୟମ କଡ଼ାକଡ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial