ସିବିଆଇ ଚଢଉ ପରେ ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ପଦ ଛାଡ଼ିଲେ ନରିନ୍ଦର ବାତ୍ରା

ନରିନ୍ଦର ବାତ୍ରା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା। ଏହା ସହିତ ଭାରତୀୟ ଅଲିମ୍ପିକ ସଂଘ ସଦସ୍ୟ ପଦରୁ ବି ସେ ଇସ୍ତଫା ଦେଇଛନ୍ତି। ଏକ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ ପରେ ସେ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଗତ ଏପ୍ରିଲ ମାସରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ସୋମବାର ଦିନ ତାଙ୍କ ଘର, ଅଫିସରେ ଚଢଉ କରାଯାଇଛି। ଦିଲ୍ଲୀ ଓ ଜମ୍ମୁଠାରେ ଥିବା ମୋଟ ୫ଟି ଠିକଣାରେ ଚଢଉ କରିଛି ସିବିଆଇ ଟିମ। ଗତ ମାର୍ଚ୍ଚ ମାସରେ ସେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ। ହକିକୁ ଅଧିକ ସମୟ ଦେବା ପାଇଁ ସେ ଏହି ସଦସ୍ୟ ପଦ ଛାଡ଼ୁଥିବା ସେତେବେଳେ କହିଥିଲେ। କିନ୍ତୁ ହଠାତ ଏଫଆଇଏଚ ସଭାପତି ପଦ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ସିବିଆଇ ତଦନ୍ତ ସହ ଯୋଡ଼ି ଦେଖାଯାଉଛି। ଏଫଆଇଏଚର ସଭାପତି ଥିବା ସମୟରେ ଓଡ଼ିଶାରେ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା।

Share Now:

Kalinga News Beuro

Next Post

ୟୁରୋପରେ ଅଭୁତପୂର୍ବ ଗ୍ରୀଷ୍ମପ୍ରବାହ : କେବଳ ସ୍ପେନ, ପର୍ତ୍ତୁଗାଲରେ ୧୦୦୦ ମୃତ

Mon Jul 18 , 2022
ଲଣ୍ଡନ : ଭାରତରେ ଗ୍ରୀଷ୍ମପ୍ରବାହ ଏକ ସାଧାରଣ କଥା। କିନ୍ତୁ ଇଂଲଣ୍ଡରେ ? ଆଶ୍ଚର୍ୟ୍ୟ ମନେହେଲେ ବି ସତ। ଇଂଲଣ୍ଡରେ ଏବର୍ଷ ଏପରି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି, ଯାହାକି ପୂର୍ବରୁ କେବେ ହୋଇନଥିଲା। ଲଣ୍ଡନ ସମେତ ଇଂଲଣ୍ଡର କେତେକ ସ୍ଥାନରେ ପାରା ୪୦ ଡିଗ୍ରୀ ଟପିଯାଇଛି। ପ୍ରବଳ ଗରମ ସହ ଅଭ୍ୟସ୍ତ ନଥିବା ଇଂଲଣ୍ଡବାସୀ ଏହି ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇଗଲେଣି। ଇଂଲଣ୍ଡର ବକିମହାମ୍ ପ୍ୟାଲେସ ବାହାରେ ମୁତୟନ […]
ୟୁରୋପରେ ଅଭୁତପୂର୍ବ ଗ୍ରୀଷ୍ମପ୍ରବାହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial