କୋଚିରେ ଅଟକ ରହିଲା ଋଷ ଜାହାଜ : ଭାରତୀୟ ସେନା ପାଇଁ ଆସୁଥିଲା ଅସ୍ତ୍ରଶସ୍ତ୍ର

କୋଚିରେ ଧରାପଡିଲା ଋଷ ଜାହାଜ

କୋଚି: ଭାରତରେ ଋଷର ଏକ ମାଲବାହୀ ଜାହାଜକୁ ଧରାଯିବା ଖବର ସାମ୍ନାକୁ ଆସିଛି। ଏହି ଜାହାଜକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋଚି ବନ୍ଦରରେ ଅଟକ ରଖାଯାଇଛି। ଅଟକ ରଖାଯାଇଥିବା ଜାହାଜଟି ଇଷ୍ଟୋନିଆ କମ୍ପାନୀର ହୋଇଥିବାବେଳେ ଭାରତୀୟ ନୌସେନା ପାଇଁ ଏଥିରେ ଅସ୍ତ୍ରଶସ୍ତ୍ର ଆସୁଥିଲା। ମିଳିଥିବା ସୂଚନା ମୁତାବକ ଜାହାଜ ପକ୍ଷରୁ ପ୍ରାୟ ୧.୮୭ କୋଟି ଟଙ୍କା ଇନ୍ଧନ ଦେୟ ନଦେବା କାରଣରୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଋଷୀୟ ଜାହାଜର ନାମ ହେଉଛି ଏମ୍ଭିଏମଏଆଇଏ-୧। ତେବେ ଋଷର ଦୂତାବାସ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କଠାରୁ ଜବାବ ମାଗିଛି। ଋଷ ଦୂତାବାସ କହିଛି ଯେ ଏହି ଜାହାଜ କମ୍ପାନୀ ପୂର୍ବରୁ ଦେୟ ଦେଇସାରିଛି।
ଏହି ଘଟଣାର ସମ୍ପୂର୍ଣ୍ଣ ସ୍ଥିତି ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଦୂତାବାସ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛି। ଋଷର ଦୂତାବାସ କହିଛି, “ଭାରତୀୟ କୋଚି ବନ୍ଦରରେ ଋଷର ଏକ ମାଲବାହୀ ଜାହାଜକୁ ଅଟକ ରଖାଯାଇଥିବାର ଜଣାପଡିଛି। ଏହି ଜାହାଜଟି ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ନେଇ ଆସିଥିଲା। ଏଷ୍ଟୋନିଆର କମ୍ପାନୀ ବଙ୍କର୍ ପାର୍ଟନର ଓୟୁ କେସ କରିଥିଲା। ଆଉ ଦାବି କରିଥିଲା ଯେ ଜାହାଜର ମାଲିକଙ୍କ ଉପରେ ବକେୟା ଥିଲା। ତେବେ କୋର୍ଟ କିନ୍ତୁ ଜାହାଜରୁ ସାମଗ୍ରୀ ଅନଲୋଡିଂକୁ ଅନୁମତି ଦେଇଛନ୍ତି। କାରଣ ଏହାର କେସ ସହିତ କୌଣସି ସମ୍ପର୍କ ନାହିଁ। ଚେନ୍ନାଇରେ ଥିବା ଋଷ କନସୁଲେଟ୍ ଜେନେରାଲ ଏହା ଉପରେ ନଜର ରଖିଛନ୍ତି।” ସୂଚନା ଥାଉ କି ଯେ ଏହି ଜାହାଜଟି ଭାରତୀୟ ନୌସେନା ପାଇଁ ଅସ୍ତ୍ରଶସ୍ତ୍ର ନେଇ ଆସୁଥିଲା। ଆଉ କୋଚିର କାରୁଭେଲିପାଡି ନିବାସୀ ଟିଏକ୍ସ ହ୍ୟାରି ଜାହାଜକୁ ଅଟକ ରଖିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଆଉ ହାଇକୋର୍ଟଙ୍କ ରାୟ ମୁତାବକ ଏହି ଜାହାଜକୁ ଅଟକ ରଖାଯାଇଛି।

Share Now:

Kalinga News Beuro

Next Post

ଭୁଟାନର ଡୋକଲାମ୍ ନିକଟରେ ଗ୍ରାମ ନିର୍ମାଣ କରିଛି ଚୀନ : ଭାରତର ସୁରକ୍ଷା ପ୍ରତି ବିପଦ ଆଶଙ୍କା

Tue Jul 19 , 2022
ନୂଆଦିଲ୍ଲୀ : ଭାରତ-ଭୁଟାନ ଓ ଚୀନର ତ୍ରିକୋଣୀୟ ସୀମା ନିକଟରେ ଅବସ୍ଥିତ ବିବାଦୀୟ ଡୋକଲାମ୍ ଉପତ୍ୟାକା ନିକଟରେ ଚୀନ ଏକ ବଡ଼ ଗ୍ରାମ ନିର୍ମାଣ କରିଛି। ୨୦୨୨ ମସିହା ମାର୍ଚ୍ଚ ୮ ତାରିଖରେ ନିଆଯାଇଥିବା ଉପଗ୍ରହ ଚିତ୍ରରୁ ଏ ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ଏହି ଗ୍ରାମରେ ଚୀନ ନିଜର ଲୋକମାନଙ୍କୁ ଆଣି ବସବାସ କରାଇଛି। ଉପଗ୍ରହ ଚିତ୍ରରୁ ପ୍ରତି ଘର ଆଗରେ କାର ଥିବା ଦେଖାଯାଉଛି। ଏହି ଗ୍ରାମକୁ […]
ଡୋକଲାମ୍ ନିକଟରେ ଗ୍ରାମ ନିର୍ମାଣ କରିଛି ଚୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial