ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଉପରମୁହାଁ

ପଶ୍ଚିମ ଓଡ଼ିଶାରେ ବଢ଼ୁଛି କରୋନା

ସମ୍ବଲପୁର : ରାଜ୍ୟରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇସାରିଥିବା କହାଯାଉଛି। ଏହି ଲହରରେ ସଂକ୍ରମଣ ହାର ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାର ଟିପିଆର୍‌(ଟେଷ୍ଟ ପଜିଟିଭ୍‌ ରେସିଓ) ୧୦ ଉପରେ ରହିଛି। ଅର୍ଥାତ ଟେଷ୍ଟ କରୁଥିବା ପ୍ରତି ୧୦୦ ଜଣଙ୍କରେ ୧୦ରୁ ଅଧିକ ସଂକ୍ରମିତ ଏହି ୩ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାର ଟିପିଆର୍‌ସାରା ରାଜ୍ୟରେ ସର୍ବାଧିକ ରହିଛି। ବୁଧବାର ସମ୍ବଲପୁର ଜିଲ୍ଲାରେ ୨୪୩ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଗୁରୁବାର ସୂଚନା ଦିଆଯାଇଛି। ଏହା ଅନୁଯାୟୀ, ଗୁରୁବାର ସମ୍ବଲପୁରର ଟିପିଆର୍‌ ୨୮.୮୧ ରହିଛି। ସମ୍ବଲପୁର ବ୍ୟତୀତ ସୁବର୍ଣ୍ଣପୁରର ଟିପିଆର୍‌ ୧୩.୭୨ ଓ ବୌଦ୍ଧର ଟିପିଆର୍‌ ୧୧.୧୧ ରହିଛି। ବୁଧବାର ବରଗଡ଼ରେ ୩୪୮ ଜଣଙ୍କର କୋଭିଡ୍‌ ଚେଷ୍ଟ ହୋଇଥିବା ବେଳେ ୧୨ ଜଣ ଚିହ୍ନଟ ହୋଇଥିଲେ। ସେଭଳି ବଲାଙ୍ଗୀରରେ ଟେଷ୍ଟ ହୋଇଥିବା ୪୫୭ ଜଣଙ୍କ ମଧ୍ୟରୁ ୧୫ ଜଣ, ବୌଦ୍ଧର ୧୪୪ ଜଣଙ୍କ ମଧ୍ୟରୁ ୧୬ ଜଣ, ଦେବଗଡ଼ର ୩୫୫ ଜଣଙ୍କ ମଧ୍ୟରୁ ୩ ଜଣ, ଝାରସୁଗୁଡ଼ାର ୧୦୦୯ ଜଣଙ୍କ ମଧ୍ୟରୁ ୩୩ ଜଣ, କଳାହାଣ୍ଡିର ୭୨୦ ଜଣଙ୍କ ମଧ୍ୟରୁ ୬ ଜଣ, ସୁବର୍ଣ୍ଣପୁରର ୩୭୯ ଜଣଙ୍କ ମଧ୍ୟରୁ ୫୨ ଜଣ ଏବଂ ସୁନ୍ଦରଗଡ଼ର ୨୧୫୧ ଜଣଙ୍କ ମଧ୍ୟରୁ ୧୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବୁଧବାର ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି କୋଭିଡ୍‌ ଟେଷ୍ଟ ହୋଇ ନାହିଁ।
ବଢ଼ୁଛି ଚିକିତ୍ସାଧୀନଙ୍କ ସଂଖ୍ୟା
ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବଢ଼ିବା ସହ ଚିକିତ୍ସାଧୀନ ଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଚିକିତ୍ସାଧୀନ ଥିବା ସଂକ୍ରମିତଙ୍କ ସଂଖ୍ୟା ଇତି ମଧ୍ୟରେ ୩ ଶହ ପାର୍‌ କରିଛି। ପଶ୍ଚିମ ଓଡ଼ିଶାର ବୌଦ୍ଧରେ ୫୦ ଜଣ, ବଲାଙ୍ଗୀରରେ ୬୪ ଜଣ, ବୌଦ୍ଧରେ ୭୦ ଜଣ, ଦେବଗଡ଼ରେ ୨୭ ଜଣ, ଝାରସୁଗୁଡ଼ାରେ ୮୭ ଜଣ, କଳାହାଣ୍ଡିରେ ୬୮ ଜଣ, ନୂଆପଡ଼ାରେ ୪୬ ଜଣ, ସମ୍ବଲପୁରରେ ୩୨୭ ଜଣ, ସୁବର୍ଣ୍ଣପୁରରେ ୨୩୪ ଜଣ ଏବଂ ସୁନ୍ଦରଗଡ଼ରେ ୩୯୯ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

Share Now:

Kalinga News Beuro

Next Post

ସ୍ମାର୍ଟ ଜନପଥରେ ବାଉଁଶ ବାଡ଼ରେ ଗଳାବାଟ : ଜୀବନକୁ ବାଜି ଲଗାଇ ରାସ୍ତା ପାର୍‌

Fri Jul 22 , 2022
ଭୁବନେଶ୍ବର : ସ୍ମାର୍ଟ ଜନପଥରେ ଲାଗିଥିବା ବାଉଁଶ ମେଡିଆନ୍‌ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ହେଲେ ଲୋକେ ଗଳାବାଟ ତିଆରି କଲେଣି। ବାଉଁଶ ବତାକୁ ଭାଙ୍ଗି ଅତି ବିପଜ୍ଜନକ ଭାବରେ ରାସ୍ତା ପାର୍‌ ହେଉଛନ୍ତି। ଗାଡ଼ିଚାଳକଙ୍କୁ ଏହି ଗଳା ବାଟ ବାବଦରେ ସୂଚନା ନଥିବାରୁ ପାଦ ପାଦରେ ଉଭୟ ପଥଚାରୀ ଓ ଗାଡ଼ିଚାଳକଙ୍କ ପ୍ରତି ବିପଦ ରହିଛି। ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ଏହି ବାଡ଼ ଲାଗିବାକୁ ରହିଛି। ଏ ପର୍ଯ୍ୟନ୍ତ […]
ବାଉଁଶ ବାଡ଼ରେ ଗଳାବାଟ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial