ମାଓବାଦୀଙ୍କ ଲଙ୍କାକାଣ୍ଡ : କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ, ୩ଟି ଗାଡ଼ି ଜାଳିଦେଲେ ନକ୍ସଲ

ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ବିଜାପୁର ଜିଲ୍ଲାରେ ବର୍ତ୍ତମାନ ଲଗାଣ ବର୍ଷା ଲାଗି ରହିଛି। ବର୍ଷାରେ ମଧ୍ୟ ନକ୍ସଲଙ୍କ ଉତ୍ପାତ ବଢିଛି। ନକ୍ସଲ ଆଜି ସଂଧ୍ୟା ୫ଟା ବେଳେ ଏହି ଜିଲ୍ଲାର ପଦେଡା ଗ୍ରାମରେ ଜିଓ ଟାଵାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏଥିସହ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି। ପରେ କିନ୍ତୁ ସମସ୍ତ କର୍ମଚାରୀଙ୍କୁ ଛାଡି ଦେଇଥିଲେ। ରାତି ହେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିପାରିନଥିବା ଜଣାପଡିଛି।
ତେବେ ଆଗକୁ ସହିଦ ଦିବସ ରହିଥିବା ଏବଂ ବର୍ଷା ଦିନେ ନକ୍ସଲ ଏକ ପ୍ରକାର ହିଂସ୍ର ହୋଇଯାନ୍ତି। ବିଭିନ୍ନ ସରକାରୀ ଜିନିଷକୁ ଲୁଟପାଟ କରିବା, ପୋଡି ଦେବା ସହ ନିରୀହ ଲୋକଙ୍କୁ ହତ୍ୟା କରି ସେହି ଅଞ୍ଚଳରେ ନିଜର ପତିଆରା ରହିଥିବା ଜାହିର କରନ୍ତି। ତେବେ ନକ୍ସଲ ଏଭଳି ଘଟଣା ଘଟାଇ ମାଲକାନଗିରି ସୀମାନ୍ତରେ ପହଞ୍ଚୁଥିବା ଜଣାପଡିଛି। ମାଲକାନଗିରି ଏବଂ ଛତିଶଗଡ ପୁଲିସ ତରଫରୁ କମ୍ବିଂକୁ ଜୋରଦାର କରାଯାଉଛି।

Share Now:

Kalinga News Beuro

Next Post

‘କ୍ଷମା ମାଗ, ନଚେତ ମାନହାନି ମକଦ୍ଦମା କରିବୁ’ ନଡ୍ଡାଙ୍କୁ ଚିଠି ଲେଖି ଏଭଳି ଚେତାବନୀ ଦେଲେ କଂଗ୍ରେସ ନେତା

Sun Jul 24 , 2022
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ପ୍ରେମ ଶୁକ୍ଲାଙ୍କୁ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି କ୍ଷମା ମାଗିବାକୁ କହିଛନ୍ତି ଏବଂ ଯଦି ଏହା ପୁନର୍ବାର ଘଟେ ତେବେ ମାନହାନି ମକଦ୍ଦମା ଦାୟର କରାଯିବ ବୋଲି ଚେତାବନୀ ଦେଇଛନ୍ତି। କଂଗ୍ରେସର […]
‘କ୍ଷମା ମାଗ, ନଚେତ ମାନହାନି ମକଦ୍ଦମା କରିବୁ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial