ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ଭୁବନେଶ୍ୱର: କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବି ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି। ୨୦୨୧ ଏପ୍ରିଲ୍ ୧୨ ତାରିଖ ଠାରୁ ୨୦୨୧ନଭେମ୍ବର ୨୭ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ଟି ରୁମ୍ ଓ ଗୋଟିଏ ଡୋରମିଟୋରିରେ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କ ମାନେ ଦୀର୍ଘ ୭ମାସରୁ ଅଧିକ ସମୟ ରହି କୋଭିଡ ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତ୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ଲହରୀ ସମୟରେ ମଧ୍ୟ ନବି ମୁମ୍ୱାଇ ମହାନଗର ନିଗମର ୨ କୋଟି ୧୬ ହଜାର ଟଙ୍କା ଛାଡ କରାଯାଇଥିଲା।

Share Now:

Kalinga News Beuro

Next Post

‘ସାନ୍ତାଳ ସମୁଦାୟ’ ଦେଶକୁ ଦେଲା ପ୍ରଥମ ଆଦିବାସୀ ରାଷ୍ଟ୍ରପତି : ସେମାନଙ୍କ ସମସ୍ୟା ଉପରେ ପଡ଼ିବ କି ଦୃଷ୍ଟି ?

Mon Jul 25 , 2022
ଭୁବନେଶ୍ବର: ଆଜି ପ୍ରଥମ ଆଦିବାସୀ ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅବସ୍ଥାପିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। କେବଳ ସେତିକି ନୁହେଁ, ସେ ଭାରତର ସର୍ବକନିଷ୍ଠ ତଥା ଦିତ୍ବୀୟ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି। ଯଦିଓ ଅତୀତରେ ବହୁ ଆଦିବାସୀ ଓ ଜନଜାତି ସଂପ୍ରଦାୟର ନେତ୍ରୀ ବିଭିନ୍ନ ଶୀର୍ଷ ପଦପଦବିରେ ଅବସ୍ଥାପିତ ହୋଇଛନ୍ତି, କିନ୍ତୁ ଏଯାବତ୍ ରାଷ୍ଟ୍ରପତି ଆସନ ଅଳଂକୃତ କରି ନଥିଲେ। ଏହି କ୍ରମରେ […]
‘ସାନ୍ତାଳ ସମୁଦାୟ’ ଦେଶକୁ ଦେଲା ପ୍ରଥମ ଆଦିବାସୀ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial