ଏନ୍‌କାଉଣ୍ଟରରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ମୃତ

୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ନକ୍ସଲ କମାଣ୍ଡରର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଜିଲ୍ଲା ପୁଲିସ, ଡିଆରଜି ଯବାନ କଟେକଲ୍ୟାଣ ଥାନା ଅନ୍ତର୍ଗତ ଜବରାମେଟ୍ଟା ଗ୍ରାମ ନିକଟସ୍ଥ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ଖବର ପାଇ ଗତକାଲି ରାତିରେ ଚଢଉ କରିଥିଲେ। ନକ୍ସଲମାନେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।
ଆଜି ସକାଳୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ପରେ ଏହି ମୃତ ନକ୍ସଲକୁ ଚିହ୍ନଟ କରାଯାଇଥିଲା। ମୃତ ନକ୍ସଲ ଜଣକ ହେଲେ ବୁଧୁରାମ ମାଡକମ। ବୁଧୁରାମ କଟେକଲ୍ୟାଣ ଏରିଆ କମିଟିର କମାଣ୍ଡର ଭାବେ ରହିଥିଲା। ସରକାର ବୁଧୁରାମ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ବୁଧୁରାମ ନାମରେ ୧୫ରୁ ଊର୍ଦ୍ଧ୍ବ ମାମଲା ରହିଥିବା ପୁଲିସ କହିଛି। ଏସପି ସିଦ୍ଧାର୍ଥ ତିୱାରୀ ଏହି ଘଟଣା ନେଇ ସ୍ପଷ୍ଟ କରିଛନ୍ତି।

Share Now:

Kalinga News Beuro

Next Post

ତହସିଲ କାର୍ଯ୍ୟାଳୟକୁ ଏକାଧିକ ଥର ଦୌଡ଼ି ଯୁବକ ନୟାନ୍ତ : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

Tue Jul 26 , 2022
ଭଦ୍ରକ: ଜିଲ୍ଲାର ବାସୁଦେବପୁର ତହସିଲ ପରିସରରେ ଜଣେ ଯୁବକ ଆଜି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମର ବୃନ୍ଦାବନ ଦାସଙ୍କ ପୁଅ ଶିବାଜୀ (୨୩) ଗତ ୩ ମାସ ତଳେ ପୈତୃକ ସମ୍ପତ୍ତି ଭାଗ ବଣ୍ଟା କରିବାକୁ ନେଇ ତହସିଲ କାର୍ଯ୍ୟାଳୟକୁ ଅନେକ ଥର ଯାଇଥିଲେ। ତହସିଲ କାର୍ଯ୍ୟାଳୟକୁ ବହୁବାର ଦୌଡ଼ିବା ସହିତ ଖର୍ଚ୍ଚାନ୍ତ ହୋଇଥିଲେ। ମାତ୍ର […]
ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial