ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ : ପରିବହନ ମନ୍ତ୍ରୀ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଏବେ ରାଜ୍ୟରେ ତୁମ୍ବି ତୋଫାନ ଚାଲିଥିବା ବେଳେ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ କିଛି ପ୍ରଶ୍ନ ପଚାରିଥିଲେ। ଯାହାର ଲିଖିତ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟର ମୋଟ କେତେ ସଂଖ୍ୟକ ଗାଡି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟ ଓ ଏଥିପାଇଁ ମାଲିକମାନଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରୁ ଯୋଗାଣକାରୀ ସଂସ୍ଥା ଓ ସରକାର କେତେ ଟଙ୍କା ଲେଖାଏଁ ପାଇବେ ଏବଂ ଏହାଦ୍ୱାରା ଗାଡି ଚୋରି ବନ୍ଦ ହେବ କି ?
ଏନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହାର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ରୁଲ୍-୫୦ ଅନୁଯାୟୀ, ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜିକୃତ ସମସ୍ତ ବାଇକ ସମେତ ରାଜ୍ୟର ୭୯, ୪୫,୬୭୩ ମୋଟରଯାନ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ। ଏହି ନମ୍ବର ପ୍ଲେଟ ଲଗାଇବା ପାଇଁ ଆବଶ୍ୟକୀୟ ଟଙ୍କା ମାଲିକମାନେ ବହନ କରିବେ। ଏହି ନମ୍ବର ପ୍ଲେଟ ଲଗାଇବା ଦ୍ୱାରା ସରକାର ଟଙ୍କାଟିଏ ମଧ୍ୟ ପାଇବେ ନାହିଁ। ତେବେ ଏହି ନମ୍ବର ଲଗାଇବା ଦ୍ୱାରା ଏହାକୁ କେହି ଟ୍ୟାମ୍ପରିଂ କରିପାରିବେ ନାହିଁ। ଏପରିକି ଏହି ନମ୍ବର ପ୍ଲେଟକୁ ଅନ୍ୟ ଗାଡିରେ ମଧ୍ୟ ଲଗାଯାଇ ପାରିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା : ୟେଲୋଓ୍ଵାର୍ଣ୍ଣିଂ ଜାରି

Thu Jul 28 , 2022
ଭୁବନେଶ୍ୱର: ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ସେଥିପାଇଁ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ […]
୧୮ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial