ଗୃହରେ ଆଉଟସୋର୍ସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ଗୃହରେ ‘ଠିକା ନିଯୁକ୍ତିରେ ଚାଲିଛି ଓଡିଶା ସରକାର’ଶୀର୍ଷକ ମୁଲତବୀ ପ୍ରସ୍ତାବ ବିଜେପି ପକ୍ଷରୁ ଆଗତ କରଯାଇଥିଲା। ଆଲୋକଚନାରେ ଅଂଶ ଗ୍ରହଣ କରି ଆଉଟ ସୋର୍ସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ୨ ଲକ୍ଷ ୨୬ ହଜାର ୫ ଶହ ୫୯ ସରକାରୀ ପଦବି ଖାଲି ପଡ଼ିଛି। ଗୃହ ବିଭଗରେ ୨୬୭୯୮, ରାଜସ୍ୱରେ ୧୨୭୬୧, ବିଦ୍ୟାଳୟ ଓ ଗଣଶିକ୍ଷାରେ ସର୍ବାଧିକ ୬୧,୮୩୬, ସ୍ୱାସ୍ଥ୍ୟ ବିଭାଗରେ ୩,୬୦,୦୪୫, ଜଳସମ୍ପଦ ବିଭାଗରେ ୮,୭୫୩, କୃଷି ବିଭାଗରେ ୯,୬୮୬, ଉଚ୍ଚ ଶିକ୍ଷା ବିଭାଗରେ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭାଗରେ ୫୮୧୪, ଅର୍ଥ ବିଭାଗରେ ୩୪୪୦ ପଦବି ଖାଲି ପଡିଛି। ହେଲେ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନ ଦେଇ ଜିଏସଟି ଆଦାୟ ଯୋଜନାରେ ଠିକା ନିଯୁକ୍ତି ବ୍ୟବସ୍ଥା କରିଛନ୍ତି, ଯାହା ଯୁବକ-ଯୁବତୀଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ଏପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କେବଳ ଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ତିନୋଟି ବିଭାଗରେ ୧ ଲକ୍ଷରୁ ଅଧିକ ପଦଵି ଖାଲି ପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ୭୦ଟି ବ୍ଲଡ଼ ବ୍ୟାଙ୍କରେ ୧୮୦ ଜଣ ଠିକା କର୍ମଚାରି ଅଛନ୍ତି। ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଯନ୍ତ୍ରୀମାନଙ୍କୁ ଠିକା ନିଯୁକ୍ତି ଦେଇ ବାହାବା ସାଉଁଟୁଛନ୍ତି। ଠିକା ଦୁର୍ନୀତି ଓ ଅପରାଧ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ତାରାପ୍ରସାଦ ବାହିନୀପତି।

Share Now:

Kalinga News Beuro

Next Post

ଧରାପଡ଼ିଲା କଲରାପତରିଆ ବାଘଛାଲ : ଅଭିଯୁକ୍ତ ଗିରଫ

Fri Jul 29 , 2022
ଭବାନୀପାଟଣା: ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଡିଲ୍‌ ଚାଲିଥିବା ବେଳେ ଭବାନୀପାଟଣା ନର୍ଥ ରେଞ୍ଜ୍‌ ଓ ଏସ୍‌ଟିଏଫ୍‌ର ମିଳିତ ଚଢ଼ାଉଇରେ ଏହି ବାଘଛାଲ ଜବତ ହୋଇଥିବା ସୂଚନା ରହିଛି। ବାଘଛାଲ ଜବତ ହେବା ସହ କଳାହାଣ୍ଡି ଜିଳ୍ଳାର ଗୁନୁପୁର ଗାଁର କ୍ରିଷ୍ଣା ମାଝୀଙ୍କ ପୁଅ ଅଭିଯୁକ୍ତ କୈଳାସ ମାଝୀଙ୍କୁ ଗିରଫ କରାଯାଇଛି।ଏହି ଚଢ଼ାଉ ବେଳେ ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ […]
ଧରାପଡ଼ିଲା କଲରାପତରିଆ ବାଘଛାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial