ଅର୍ପିତାଙ୍କ ପାଇଁ ପାର୍ଥ କିଣିଥିଲେ ମର୍ସିଡିଜ ସହ ଦୁଇଟି ଦାମୀ ଗାଡି

ପାର୍ଥ କିଣିଥିଲେ ମର୍ସିଡିଜ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରଠାରୁ ତାଙ୍କ ବିଷୟରେ ଅନେକ ଖୁଲାସା ହେବାରେ ଲାଗିଛି। ବର୍ତ୍ତମାନ ଇଡି ଜାଣିବାକୁ ପାଇଛି ଯେ ପାର୍ଥ ଗିରଫ ହେବା ପୂର୍ବରୁ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ପାଇଁ ଦାମୀ କାର କିଣିଥିଲେ। ଏହି ଦାମୀ କାର ସେମାନେ ବୁଲାବୁଲି କରିବା ପାଇଁ ବ୍ୟବହାର କରୁଥିଲେ। ଏହି ଦୁଇଟି କାର ସେମାନଙ୍କର ଦକ୍ଷିଣ କୋଲକାତା ଫ୍ଲାଟର ପାର୍କିଂରୁ ଗାୟବ ରହିଛି। ଇଡି ଅଧିକାରୀ କହିଛନ୍ତି ଯେ ସେମାନଙ୍କର ଦୁଇଟି କାର ଥିଲା, ଗୋଟିଏ ମର୍ସିଡିଜ୍ ଏବଂ ଅନ୍ୟଟି ମିନି କୂପର୍। ଏହି ଦୁଇଟି କାର ଅର୍ପିତା ମୁଖାର୍ଜୀଙ୍କ ପାଖରେ ରହୁଥିବାବେଳେ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀ ଏଣେତେଣେ ବୁଲିବା ପାଇଁ ବ୍ୟବହାର କରିଥିଲେ। କୌଣସି ପାର୍ଟିକୁ ଯିବା ପାଇଁ ଅର୍ପିତା ମୁଖାର୍ଜୀ ଏହି ଦୁଇଟି କାର ବ୍ୟବହାର କରୁଥିଲେ। ଖବର ଅନୁଯାୟୀ ପାର୍ଥ ଚାଟାର୍ଜୀ ହିଁ ଏହି ଦୁଇଟି କାରକୁ ଅର୍ପିତାଙ୍କୁ ଉପହାର ଦେଇଥିଲେ। ଏହା ବ୍ୟତୀତ ପାର୍ଥ ଅର୍ପିତାଙ୍କୁ ଅନ୍ୟାନ୍ୟ ଗାଡି କିଣିବାରେ ମଧ୍ୟ ସାହାଯ୍ୟ କରିଥିଲେ। ଇଡି କହିଛି ଯେ ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ପାଇଁ ଆହୁରି ଦୁଇଟି ମହଙ୍ଗା ଏବଂ ବିଳାସପୂର୍ଣ୍ଣ କାର ବୁକ୍ କରିଥିଲେ। ସେ ଏହି କାରଗୁଡିକ ପାଇଁ ଅଗ୍ରୀମ ଦେୟ ମଧ୍ୟ ଦେଇଥିଲେ। ତେବେ କାର ଡେଲିଭରି ପୂର୍ବରୁ ଏହି ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ବର୍ତ୍ତମାନ ଇଡି ଚାରିଟି କାର ଖୋଜୁଛି ଯାହା ଅର୍ପିତା ମୁଖାର୍ଜୀଙ୍କ ଡାଇମଣ୍ଡ ସିଟି କଂପ୍ଲେକ୍ସର ପାର୍କିଂ ସ୍ଥାନରୁ ଗାୟବ ଅଛି। ସୂଚନା ଥାଉ କି ଯେ ଶିକ୍ଷକ ନିଯୁକ୍ତି ସ୍କାମର ଅର୍ଥ ହେରଫେର ମାମଲାରେ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଛି। ଅନୁସନ୍ଧାନକାରୀ ସଂସ୍ଥା ଏପର୍ଯ୍ୟନ୍ତ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଆଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପାର୍ଥଙ୍କୁ କ୍ୟାବିନେଟରୁ ହଟାଇବା ସହ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ।

Share Now:

Kalinga News Beuro

Next Post

ଅଗଷ୍ଟ ୨ରୁ ତ୍ରିରଙ୍ଗାକୁ ସାମାଜିକ ଗଣମାଧ୍ୟମ ‘ପ୍ରୋଫାଇଲ୍‌’ କରନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ

Sun Jul 31 , 2022
ନୂଆଦିଲ୍ଲୀ: ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗ ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’ କରନ୍ତୁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୯୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ‘ମନ୍‌ କି ବାତ୍‌’ ପ୍ରାରମ୍ଭରେ ଦେଶର ସ୍ବାଧୀନତା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିପ୍ଳବୀ ଉଦ୍ଦାମ୍‌ ସିଂହଙ୍କୁ (ଆଜି ତାଙ୍କର ୮୨ତମ ମୃତ୍ୟୁବାର୍ଷିକୀ) ସ୍ମରଣ କରିବା ସହ ସମସ୍ତ ବିପ୍ଳବୀ […]
ଅଗଷ୍ଟ ୨ରୁ ତ୍ରିରଙ୍ଗା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial