ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ : ୬ରୁ ପୁଣି ବର୍ଷା

ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ

ଭୁବନେଶ୍ବର: ରାଜ୍ୟରେ ଆଗାମୀ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଶୁଖିଲା ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ୫ ଦିନ ଯାଏଁ ବର୍ଷା ହେବା ସମ୍ଭାବନା ନାହିଁ। ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ। ପୁଣି ମୌସୁମୀ ସକ୍ରିୟ ହେବ ଏବଂ ବର୍ଷା ହେବ। ୬/୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ମଧ୍ୟରେ କେତେକ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀୀ ୨୪ ଘଣ୍ଟାରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ନୟାଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ଅବ୍ୟବହିତ ସମୟରେ ୫ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ମୟୁରଭଞ୍ଜ, ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଚଳିତ ବର୍ଷ ଆଜି ସୁଦ୍ଧା ୫୧୨.୨ ମିଲିମିଟର ମୌସୁମୀ ଜନିତ ବର୍ଷା ହୋଇଛି। ଜୁଲାଇ ମାସରେ ୧୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ସବୁଠୁ କମ ୪୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ସବୁଠୁ ଅଧିକ ମୌସୁମୀ ବର୍ଷା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ହୋଇଛି।

Share Now:

Kalinga News Beuro

Next Post

ମୈତ୍ରୀ ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଶେଖ ହସିନା

Mon Aug 1 , 2022
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମିଳିତ ଭାବେ ୧୩୨୦ ମେଗାୱାଟ ବିଶିଷ୍ଟ ମୈତ୍ରୀ ସୁପର ଥର୍ମାଲ ପାୱାର ଷ୍ଟେସନର ଉଦ୍‌ଘାଟନ କରିବେ। ବାଂଲାଦେଶର ବୃହତ୍ତମ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଭାବରେ ପରିଚିତ ଏହି କୋଇଲା ଚାଳିତ ପାୱାର ଷ୍ଟେସନ୍ ବାଂଲାଦେଶ ଇଣ୍ଡିଆ ଫ୍ରେଣ୍ଡସିପ୍ ପାୱାର କମ୍ପାନି ଲିମିଟେଡ୍ ଦ୍ୱାରା ଭାରତର ଏନ୍‌ଟିପିସି ଏବଂ ବାଂଲାଦେଶ ଶକ୍ତି ବିକାଶ ବୋର୍ଡର ମିଳିତ ଉଦ୍ୟମରେ […]
ପ୍ରଧାନମନ୍ତ୍ରୀ ମୋଦୀ, ଶେଖ ହସିନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial