ମୈତ୍ରୀ ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଶେଖ ହସିନା

ପ୍ରଧାନମନ୍ତ୍ରୀ ମୋଦୀ, ଶେଖ ହସିନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମିଳିତ ଭାବେ ୧୩୨୦ ମେଗାୱାଟ ବିଶିଷ୍ଟ ମୈତ୍ରୀ ସୁପର ଥର୍ମାଲ ପାୱାର ଷ୍ଟେସନର ଉଦ୍‌ଘାଟନ କରିବେ। ବାଂଲାଦେଶର ବୃହତ୍ତମ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଭାବରେ ପରିଚିତ ଏହି କୋଇଲା ଚାଳିତ ପାୱାର ଷ୍ଟେସନ୍ ବାଂଲାଦେଶ ଇଣ୍ଡିଆ ଫ୍ରେଣ୍ଡସିପ୍ ପାୱାର କମ୍ପାନି ଲିମିଟେଡ୍ ଦ୍ୱାରା ଭାରତର ଏନ୍‌ଟିପିସି ଏବଂ ବାଂଲାଦେଶ ଶକ୍ତି ବିକାଶ ବୋର୍ଡର ମିଳିତ ଉଦ୍ୟମରେ ସ୍ଥାପିତ ହୋଇଛି। ଏହି ପ୍ରକଳ୍ପରେ ୧.୫ ବିଲିୟନ ଡଲାର ବିନିଯୋଗ ହୋଇଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୩ ଦିନିଆ ଭାରତ ଗସ୍ତରେ ଆସିବେ। ଢାକା ଭାରତର ନିକଟତମ ସହଯୋଗୀ ଦେଶ ହୋଇଥିବାରୁ ମୋଦୀ ସରକାର ହସିନାଙ୍କ ଏହି ଗସ୍ତକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ହସିନା ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ କୋଲକାତା-ଚଟ୍ଟୋଗ୍ରାମ-ମୋଙ୍ଗଲା ବନ୍ଦର ମଧ୍ୟରେ ଭାରତ-ବାଂଲାଦେଶ ବାଣିଜ୍ୟ କାରବାର ପାଇଁ ପ୍ରକ୍ରିୟା ଚାଲିଛି। ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।

Share Now:

Kalinga News Beuro

Next Post

ଜୁଲାଇରେ ୧.୪୯ ଲକ୍ଷ କୋଟିର ଜିଏସଟି ସଂଗ୍ରହ

Mon Aug 1 , 2022
ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟିରେ ପହଞ୍ଚିଛି। ଏହା ଜୁଲାଇ ୨୦୨୧ ତୁଳନାରେ ୨୮ ପ୍ରତିଶତ ଅଧିକ। ଏହା ମଧ୍ୟ ଜିଏସଟି ଆରମ୍ଭ ହେବାପରଠାରୁ ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ। ଗତ ଜୁନ ମାସରେ ୧୪୪.୬୧୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୮,୯୯୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି […]
ଜୁଲାଇରେ ୧.୪୯ ଲକ୍ଷ କୋଟିର ଜିଏସଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial