ଜୁଲାଇରେ ୧.୪୯ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ଜୁଲାଇରେ ୧.୪୯ ଲକ୍ଷ କୋଟିର ଜିଏସଟି

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟିରେ ପହଞ୍ଚିଛି। ଏହା ଜୁଲାଇ ୨୦୨୧ ତୁଳନାରେ ୨୮ ପ୍ରତିଶତ ଅଧିକ। ଏହା ମଧ୍ୟ ଜିଏସଟି ଆରମ୍ଭ ହେବାପରଠାରୁ ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ। ଗତ ଜୁନ ମାସରେ ୧୪୪.୬୧୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୮,୯୯୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୭୫୧ କୋଟି, ରାଜ୍ୟ ଜିଏସଟି ଟ.୩୨,୮୦୭ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୯୫୧୮ କୋଟି ଟଙ୍କା ଓ ସେସ ୧୦୯୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ କ୍ରମାଗତ ୫ ମାସ ଧରି ଦେଶର ଜିଏସଟି ସଂଗ୍ରହ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି। ଗତ ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଦେଶର ଜିଏସଟି ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ୨୦୨୧ରେ ୨ୟ ଲହର ଆସିବା ପରେ ଜିଏସଟି ସଂଗ୍ରହ ପୁଣି ଥରେ ପ୍ରଭାବିତ ହୋଇଥିଲା। କିନ୍ତୁ ମହାମାରୀ କମିବା ପରେ ଦେଶର ଅର୍ଥନୀତି ପୁଣି ସୁଧୁରିବା ଆରମ୍ଭ କରିଛି। ଗତ ମାର୍ଚ୍ଚ (ମାର୍ଚ୍ଚ ୨୦୨୨)ପରଠାରୁ ମାସିକ ଜିଏସଟି ସଂଗ୍ରହ କ୍ରମାଗତ ଭାବେ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି।

Share Now:

Kalinga News Beuro

Next Post

୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ବାଚସ୍ପତି ଓମ ବିର୍ଲା

Mon Aug 1 , 2022
ନୂଆଦିଲ୍ଲୀ : ଲୋକସଭାରୁ ଜୁଲାଇ ୨୫ରେ କଂଗ୍ରେସର ୪ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ଓମ ବିର୍ଲା। ଗୃହରେ ହଟ୍ଟଗୋଳ କରୁଥିବାରୁ ୪ଜଣଙ୍କୁ ନିଲମ୍ବିତ କରାଯାଇଥିଲା। ହେଲେ ସୋମବାର ବାଚସ୍ପତି ଓମ ବିର୍ଲା ଚାରିଜଣ ସଦସ୍ୟଙ୍କ ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଗୃହରେ ପୁନର୍ବାର ପ୍ଲାକାର୍ଡ ପ୍ରଦର୍ଶିତ ହେଲେ ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓମ ବିର୍ଲା ଚେତାବନୀ ଦେଇଛନ୍ତି।ଜୁଲାଇ ୨୫ରେ କଂଗ୍ରେସ ସାଂସଦ ମଣିକମ […]
ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ଓମ ବିର୍ଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial