ରାଜଧାନୀରେ ୨୦ହଜାର କୋଟିର ଜମି ଜବରଦଖଲ

ରାଜଧାନୀରେ ୨୦ହଜାର କୋଟିର ଜମି ଜବରଦଖଲ

୮ ବର୍ଷରେ ଜବରଦଖଲ ମୁକ୍ତ ହୋଇଛି ୨୫୦୦ କୋଟି ଟଙ୍କାର ଜମି

ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୨୪,୯୯୦ ଏକର ଜମି ଅଛି। ଏଥିରୁ ପ୍ରାୟ ୧୦,୨୫୦ଏକର ଜମି ଭୂଲେଖ ଡାଟାବେସ୍‌ରେ ବିଭାଗ ନାଁରେ ଅଛି। ସରକାରଙ୍କ ୧୮୬୦ଏକର ଜମି ବିଭିନ୍ନ ଅଞ୍ଚଳରେ ଜବରଦଖଲକାରୀଙ୍କ କବ୍‌ଜାରେ ଅଛି। ଯାହାର ଆନୁମାନିକ ମୂଲ୍ୟ ୨୦ହଜାର କୋଟି ଟଙ୍କା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହାସହ ସୂଚନା ଦେଇଛନ୍ତି ଯେ ୨୦୧୪ ମସିହା ସୁଦ୍ଧା ଜବରଦଖଲକାରୀଙ୍କ କବଳରେ ୪୯୩ ଏକର ୭୨୧ ଡେସିମିଲ ଜମି ଥିଲା। ଅର୍ଥାତ୍ ୮ବର୍ଷରେ ଅଧିକ ୧୩୬୬ଏକର ୨୭୯ ଡେସିମିଲ୍‌ ଜମି ଜବରଦଖଲ ହୋଇଛି। ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜବରଦଖଲ ଉଚ୍ଛେଦ ନିମନ୍ତେ ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ୧୫.୦୯.୨୦୧୪ରେ ଗଠନ କରାଯାଇଥିବା ସିଇଏମ୍‌ସି ମାଧ୍ୟମରେ ୨୦୧୪ରୁ ୨୦୨୨ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ୨୨୫.୪୭୪ ଏକର ଜମି ଜବରଦଖଲମୁକ୍ତ କରାଯାଇଛି। ଉକ୍ତ ଜମିର ଆନୁମାନିକ ମୂଲ୍ୟ ୨୫୦୦କୋଟି ଟଙ୍କା। ଅବଶିଷ୍ଟ ଜମି ଜବରଦଖଲମୁକ୍ତ ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।

Share Now:

Kalinga News Beuro

Next Post

ଦିଲ୍ଳୀ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ ଟିମ୍‌

Wed Aug 3 , 2022
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ମୁର୍ମୁଙ୍କୁ ଭେଟିଛନ୍ତି। ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଆସନ୍ତାକାଲି ଭୁବନେଶ୍ବର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ପ୍ରଥମ ପର୍ଯ୍ୟାୟରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଦିଲ୍ଲୀ ଯାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ସନ୍ଧ୍ୟାରେ ବିଜେପି ବିଧାୟକମାନେ ବି ଦିଲ୍ଲୀ ଗସ୍ତରେ […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial