ବିପଜ୍ଜନକ ଅବସ୍ଥାରେ ୟୁରୋପର ବୃହତ୍ତମ ପରମାଣୁ ଶକ୍ତିକେନ୍ଦ୍ର : ଜାତିସଂଘ

ୟୁରୋପର ବୃହତ୍ତମ ପରମାଣୁ ଶକ୍ତିକେନ୍ଦ୍ର

ଜେନିଭା : ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆଉ ଏକ ବଡ଼ ବିପଦର ସମୁଖୀନ ହେବାକୁ ଯାଉଛି ୟରୋପ। ୟୁକ୍ରେନରେ ଥିବା ୟୁରୋପର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଝଜିଆ ଏବ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଯାଇଛି। ଏହା ନିୟନ୍ତ୍ରଣହୀନ ଅବସ୍ଥାକୁ ଚାଲିଯାଇଛି ବୋଲି ଜାତିସଂଘ ପରମାଣୁ ମୁଖ୍ୟ ରାଫେଲ ଗ୍ରୋସି କହିଛନ୍ତି। ସେ କହିଛନ୍ତି ଯେ ଆଣବିକ ନିରାପତ୍ତାର ସବୁ ନିୟମର ଉଲ୍ଲଙ୍ଘନ କରାଯାଇଛି। ଏଣୁ ଆଗକୁ ଏହା ଏକ ବଡ଼ ତଥା ଭୟଙ୍କର ବିପଦରେ ପରିଣତ ହେବାକୁ ଯାଉଛି। କୌଣସି ପ୍ର​ଳୟଙ୍କରୀ ଅଘଟଣ ଘଟିବା ପୂର୍ବରୁ ଉଭୟ ୟୁକ୍ରେନ ଓ ରୁଷ ଜାତିସଂଘର ପରମାଣୁ ବିଶେଷଜ୍ଞମାନଙ୍କୁ ତାହାର ପରିଦର୍ଶନ ପାଇଁ ଅନୁମତି ଦିଅନ୍ତୁ। ସେ କହିଛନ୍ତି ଯେ, ଗୋଟିଏ ପରମାଣୁ କେନ୍ଦ୍ର ଚାଲିବା ପାଇଁ ପ୍ରତିଦିନ ବିଭିନ୍ନ ଜରୁରୀ ସମଗ୍ରୀ ଆବଶ୍ୟକ କରେ। କିନ୍ତୁ ଯୁଦ୍ଧ ଯୋଗୁଁ ଏସବୁ ସାମଗ୍ରୀ ଓ ଉପକରଣ ପରମାଣୁ ଶକ୍ତି କେନ୍ଦ୍ରକୁ ପହଞ୍ଚିପାରୁନାହିଁ। ନିରାପତ୍ତା ଦୃଷ୍ଟିକୋଣରୁ ଗୋଟିଏ ପରମାଣୁ ଶକ୍ତି କେନ୍ଦ୍ରରେ ଯେଉଁସବୁ ଘଟଣା ଘଟିବା ଉଚିତ ନୁହେଁ, ସେସବୁ ସେଠାରେ ଘଟୁଛି। ଏଣୁ ମୂଳରୁ ହିଁ ଆମେ ଦାବି କରୁଛୁ କି ଆମକୁ ସେଠାକୁ ଯିବାକୁ ଦିଆଯାଉ ଓ ନିରାପତ୍ତା ଯାଞ୍ଚ ଓ ରକ୍ଷଣାବେକ୍ଷଣ କାମ କରିବାକୁ ଦିଆଯାଉ। ପୂର୍ବରୁ ଚେର୍ଣ୍ଣୋବିଲରେ ବି ତାହା କରାଯାଇଥିଲା।

Share Now:

Kalinga News Beuro

Next Post

ତାଇଓ୍ବାନ ଉପରଦେଇ ଡୋଙ୍ଗଫେଙ୍ଗ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି ଚୀନ

Thu Aug 4 , 2022
ତାଇପେଇ : ତାଇଓ୍ବାନକୁ ଆମେରିକା ପ୍ରତିନିଧି ସଭା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ ପକ୍ଷରୁ ଗୁରୁବାରଠାରୁ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି। ତାଇଓ୍ବାନର ଚାରିପଟେ ଗଭୀର ସମୁଦ୍ରରେ ଥିବା ୬ଟି ଜୋନରେ ଏହି ଯୁଦ୍ଧାଭ୍ୟାସ କରାଯାଉଛି। ଏହି ଯୁଦ୍ଧାଭ୍ୟାସରେ ଚୀନର ରକେଟ ଫୋର୍ସ, ନୌସେନା,ବାୟୁସେନା ଓ ସେନା ଅଂଶଗ୍ରହଣ କରୁଛି। ଚୀନ ପକ୍ଷରୁ ଏହାକୁ ଯୁଦ୍ଧାଭ୍ୟାସ କୁହାଯାଉଥିଲେ ବି ତାହା ଏକ ପ୍ରକୃତ ଯୁଦ୍ଧର […]
ଡୋଙ୍ଗଫେଙ୍ଗ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial