ତାଇଓ୍ବାନ ଉପରଦେଇ ଡୋଙ୍ଗଫେଙ୍ଗ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି ଚୀନ

ଡୋଙ୍ଗଫେଙ୍ଗ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର

ତାଇପେଇ : ତାଇଓ୍ବାନକୁ ଆମେରିକା ପ୍ରତିନିଧି ସଭା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ ପକ୍ଷରୁ ଗୁରୁବାରଠାରୁ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି। ତାଇଓ୍ବାନର ଚାରିପଟେ ଗଭୀର ସମୁଦ୍ରରେ ଥିବା ୬ଟି ଜୋନରେ ଏହି ଯୁଦ୍ଧାଭ୍ୟାସ କରାଯାଉଛି। ଏହି ଯୁଦ୍ଧାଭ୍ୟାସରେ ଚୀନର ରକେଟ ଫୋର୍ସ, ନୌସେନା,ବାୟୁସେନା ଓ ସେନା ଅଂଶଗ୍ରହଣ କରୁଛି। ଚୀନ ପକ୍ଷରୁ ଏହାକୁ ଯୁଦ୍ଧାଭ୍ୟାସ କୁହାଯାଉଥିଲେ ବି ତାହା ଏକ ପ୍ରକୃତ ଯୁଦ୍ଧର ଭ୍ରମ ସୃଷ୍ଟି କରୁଛି। ଚିନ୍ତାଜନକ କଥା ହେଉଛି ଚୀନର ରକେଟ ଫୋର୍ସ ପକ୍ଷରୁ ତାଇଓ୍ବାନ ଉପର ଦେଇ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି। ଚୀନ ଉପକୂଳରୁ ନିକ୍ଷେପ ହୋଇଥିବା ଶକ୍ତିଶା​ଳୀ ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ଗୁଡ଼ିକ ତାଇଓ୍ବାନ ଉପରଦେଇ ସମୁଦ୍ରରେ ପଡ଼ୁଛି। କେବଳ ଏତିକି ନୁହେଁ ତାଇଓ୍ବାନ ବାୟୁସୀମା ନିକଟ ଦେଇ ଚୀନର ହେଲିକପ୍ଟର ଓ ଲଢୁଆ ବିମାନ ଉଡ଼ିବାରେ ଲାଗିଛି। ଏହାକୁ ନେଇ ତାଇଓ୍ବାନ ଚିନ୍ତିତ ହୋଇପଡ଼ିଛି। ତାଇଓ୍ବାନ ପକ୍ଷରୁ କୁହାଯାଇଛି ଯେ ସେମାନେ ଯୁଦ୍ଧ ଚାହନ୍ତି ନାହିଁ, ମାତ୍ର ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି। ଚୀନର ମୁକାବିଲା କରିବାକୁ ତାଇଓ୍ବାନ ନିଜ ସେନାକୁ ପ୍ରସ୍ତୁତ ରଖିଛି। ଏହା ସହିତ ତାଇଓ୍ବାନ ପକ୍ଷରୁ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଦିଆଯାଇଛି। ତାଇଓ୍ବାନ ପାଖରେ ଆମେରିକା ପ୍ରଦତ୍ତ ଶକ୍ତିଶାଳୀ ପାଟ୍ରିୟଟ୍ ମିସାଇଲ ସିଷ୍ଟମ ରହିଛି। ଏହା ଅତ୍ୟନ୍ତ ଦକ୍ଷତାର ସହ ଚୀନର କ୍ଷେପଣାସ୍ତ୍ର ଓ ବିମାନକୁ ଖସାଇ ପାରିବ।

Share Now:

Kalinga News Beuro

Next Post

ଲକ୍ଷ୍ନୌ ଏୟାରପୋର୍ଟ ଡଷ୍ଟବିନରୁ ସୁନା ଇଟା ଜବତ

Thu Aug 4 , 2022
ଲକ୍ଷ୍ନୌ : ଭାରତରେ ସୁନା ଉପରେ ଆମଦାନୀ ଟିକସ ବଢିଯାଇଥିବାରୁ ଚୋରାବେପାରୀମାନେ ବିଭିନ୍ନ ଅଭିନବ ଉପାୟରେ ବିଦେଶରୁ ସୁନା ଚୋରୋଚାଲାଣ କରୁଛନ୍ତି। ଗୁରୁବାରଦିନ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି। ସୀମା ଶୁଳକ (କଷ୍ଟମ୍ସ) ଅଧିକାରୀମାନେ ସେଗୁଡ଼ିକୁ ଜବତ କରିଛନ୍ତି। ସେଗୁଡ଼ିକ ଉପରେ କଳା ଟେପ ଗୁଡ଼ାଯାଇଥିଲା ଓ କଳା ପଲିଥିନରେ ରଖାଯାଇଥିଲା। ପ୍ରଥମେ ଦେଖିଲେ ଜଣାପଡ଼ୁଥିଲା ଯେ କେହି […]
ଡଷ୍ଟବିନରୁ ମିଳିଲା ସୁନା ଇଟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial