ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଐତିହାସିକ ବିଜୟ : ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ନୂଆଦିଲ୍ଲୀ: ବ୍ରିଟେନର ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ, ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ପ୍ରଥମ ପଦକ ହାସଲ କରି ପ୍ରଥମ ପଦକ ନିଶ୍ଚିତ କରିଛି। ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭରରେ ୫ୱିକେଟ୍ ହରାଇ ୧୫୯ରନ୍ ସଂଗ୍ରହ କରିଥିଲା ଭାରତ। ଟିମ୍ ଭାରତ ପକ୍ଷରୁ ତି ମନ୍ଧାନା ୩୨ବଲରେ ୬୧ରନ୍ ଏବଂ ଜେମାଇମା ରୋଡ୍ରିଗେଜ୍ ୩୧ବଲରେ ୪୪ ରନ୍ ସ୍କୋର କରିଥିଲେ। ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ୪ରନରେ ବିଜୟୀ ହୋଇଛି। ବର୍ତ୍ତମାନ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତୀୟ ଟିମ ଲଢ଼େଇ କରିବ। ତେବେ ଯଦି ଟିମ ଫାଇନାଲ‌ରେ ପରାସ୍ତ ହୁଏ, ତେବେ ରୌପ୍ୟ ପଦକ ନିଶ୍ଚିତ ଭାବରେ ଭାରତକୁ ଆଣିବ। ଭାରତ ପକ୍ଷରୁ ଶେଫାଲୀ ବର୍ମା, ସ୍ମୃତି ମନ୍ଧାନା, ଜେମାଇମା ରୋଡ୍ରିଗେଜ୍, ହରମନପ୍ରୀତ କୌର (ଅଧିନାୟକ), ତାନିଆ ଭାଟିଆ (ୱିକେଟ୍ କିପର), ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ରାଧା ଯାଦବ, ସ୍ନେହା ରାଣା, ମେଘନା ସିଂ ଓ ରେଣୁକା ସିଂ ଖେଳୁଛନ୍ତି।

Share Now:

Kalinga News Beuro

Next Post

ଏମ୍‌ସ ଆୟୁଷ ବିଭାଗ : ବନ୍ଦ ହୋଇଗଲା ପଞ୍ଚକର୍ମ ଚିକିତ୍ସା

Sat Aug 6 , 2022
ଅଢ଼େଇ ବର୍ଷ ପରେ ବି ହେଲାନି ସ୍ବତନ୍ତ୍ର କୋଭିଡ୍‌ ୱାର୍ଡ ଭୁବନେଶ୍ବର: ଏମ୍‌ସ ଆୟୁଷ ବିଭାଗରେ ଆୟୁର୍ବେଦ ପଞ୍ଚକର୍ମ ଚିକିତ୍ସା ବନ୍ଦ ହୋଇଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷ ପୁଣିଥରେ ଆୟୁଷ ବ୍ଲକ୍‌‌ରେ ସ୍ବତନ୍ତ୍ର କୋଭିଡ୍‌ ୱାର୍ଡ ଖୋଲିବାରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଅଢ଼େଇ ବର୍ଷ ତଳେ ଏପରି କରାଯାଇଥିବାରୁ ହସ୍ପିଟାଲରେ ଆୟୁଷ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। ଏବେ ପୁଣିଥରେ ବିଭାଗକୁ ବନ୍ଦ କରାଯାଇଥିବାରୁ ରୋଗୀ ଓ ଅଭିଭାବକମହଲରେ ଘୋର୍‌ ଅସନ୍ତୋଷ […]
ଏମ୍‌ସ ଆୟୁଷ ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial