ଜଗଦୀପ ଧନଖଡ଼ ଭାରତର ନୂଆ ଉପରାଷ୍ଟ୍ରପତି

ଜଗଦୀପ ଧନଖଡ଼-1

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ହୋଇଥିବାବେଳେ ସଂଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା। ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ୟୁପିଏ ପକ୍ଷରୁ ଛିଡ଼ା ହୋଇଥିଲେ ମାର୍ଗାରେଟ ଆଲଭା। ନିର୍ବାଚନରେ ଧନଖଡ଼ ୫୨୮ଟି ଭୋଟ ପାଇଥିବାବେଳେ ଆଲଭା ୧୮୨ଟି ଭୋଟ ପାଇଥିଲେ। ୧୫ଟି ଭୋଟ ନାକଚ ହୋଇଯାଇଥିଲା। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ତଥା ଲୋକସଭା ମହାସଚିବ ଉତ୍ପଳ କୁମାର ସିଂ ନିର୍ବାଚନ ଫଳାଫଳ ଘୋଷଣା କରି ଧନଖଡ଼ଙ୍କୁ ବିଜୟୀ ଘୋଷଣା କରିଥିଲେ। ଶନିବାର ହୋଇଥିବା ନିର୍ବାଚନରେ ମୋଟ ୭୮୦ ( ରାଜ୍ୟସଭା ଓ ଲୋକସଭାକୁ ମିଶାଇ) ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ସାଂସଦ (୯୩ ପ୍ରତିଶତ) ଭୋଟ ଦେଇଥିଲେ। ତୃଣମୂଳ କଂଗ୍ରେସର ମୋଟ ୩୯ ସାଂସଦଙ୍କ ମଧ୍ୟରୁ ୩୭ ଜଣ ଭୋଟ ଦେଇନଥିଲେ ଓ ୨ ଜଣ ଭୋଟ ଦେଇଥିଲେ। ସେହିପରି ଶିବସେନା ଓ ସମାଜବାଦୀ ପାର୍ଟିର ୨ ଜଣ ଲେଖାଏଁ ସାଂସଦ ଓ ବିଏସପିର ଜଣେ ସାଂସଦ ଭୋଟ ଦେଇନଥିଲେ। ୧୯୫୧ ମସିହାରେ ରାଜସ୍ଥାନର ଝୁନଝୁନରେ ଜନ୍ମଗ୍ରହଣ କରିଥିବା ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ନାଁ କମାଇଥିବା ଧନଖଡ଼ ୧୯୮୯ରୁ ୧୯୯୧ ପର୍ୟ୍ୟନ୍ତ ଲୋକସଭା ସାଂସଦ ଥିଲେ। ସେ ମଧ୍ୟ ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ ୩୦ ଜୁଲାଇ ୨୦୧୯ରୁ ୧୮ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ତାଙ୍କର ବିବାଦ ପାଇଁ ସେ ଜଣାଶୁଣା ଥିଲେ।

Share Now:

Kalinga News Beuro

Next Post

ଭାରତ ନିର୍ମିତ ଲଢୁଆ ଜେଟ୍‌ ଚଳାଇଲେ ବାୟୁସେନା ମୁଖ୍ୟ ଭି.ଆର୍‌. ଚୌଧରୀ

Sun Aug 7 , 2022
ନୂଆଦିଲ୍ଲୀ: ଶନିବାର ଦିନ କର୍ଣ୍ଣାଟକର ବେଙ୍ଗାଲୁରୁରେ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ୍‌ ଭି.ଆର୍‌. ଚୌଧରୀ ଭାରତ ନିର୍ମିତ ଲଢୁଆ ଜେଟ୍‌ ଚଳାଇଥିଲେ। ସେ ଚଳାଇଥିବା ଲଢୁଆ ବିମାନଟି ହେଉଛି ତେଜସ୍‌ ଫାଇଟର୍‌ ଜେଟ୍‌। ବାୟୁସେନାରେ ସାମିଲ ହେବାକୁ ଥିବା ଭାରତ ନିର୍ମିତ ଲଢୁଆ ବିମାନ ସମୀକ୍ଷା କରିବା ପାଇଁ ବାୟୁସେନା ମୁଖ୍ୟ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତରେ ଯାଇଥିଲେ। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଭାରତୀୟ ବାୟୁସେନା ଲେଖିଛି: ‘ସିଏଏସ୍‌’ ଦୁଇଦିନିଆ […]
ବାୟୁସେନା ମୁଖ୍ୟ ଭି.ଆର୍‌. ଚୌଧରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial