ଆଜି ଓଡ଼ିଶା ଗସ୍ତରେ ଅମିତ ଶାହା : ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଭୁବନେଶ୍ବର ଡିସିପି

ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା

କାଲି ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ ଅମିତ ଶାହ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥି ପାଇଁ କମିସନରେଟ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଡିସିପି ପ୍ରତୀକ ସିଂହ ଆଜି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ବିମାନବନ୍ଦର ଯାଞ୍ଚ ପରେ ଡିସିପି କହିଛନ୍ତି ଯେ, ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି ୨୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ଅମିତ ଶାହଙ୍କ କାରକେଡରେ ରହିବ ୩୦ଟି ଗାଡ଼ି ରହିବ। ଏଥିରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଗାଡ଼ି ଓ ଜାମର ରହିବ। ଆଜି ବିମାନବନ୍ଦରରୁ ମେ ଫେୟାର ଓ ମେ ଫେୟାରରୁ ଲିଙ୍ଗରାଜ ମନ୍ଦିର ଯାଏଁ କାରକେଡ଼ ରିହରସଲ କରିଛି କମିସନରେଟ ପୁଲିସ। ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ସମ୍ମୁଖରେ ହୋଇଛି ବାରିକେଡ ରିୟଲସଲ।
ସୂଚନା‌ଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ୮ ତାରିଖ ସକାଳେ ରାଜଧାନୀରେ ଲିଙ୍ଗରାଜ ଦର୍ଶନ କରିବେ। ଏହାପରେ ତାଙ୍କର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ପୂର୍ବାହ୍ନ ୧୧ଟାରେ କଟକର ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଦିବସରେ ଯୋଗଦେବେ। ଏହାଛଡ଼ା ଅମିତ ଶାହା ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବେ। ସେ ଅପରାହ୍ନ ୫ଟାରେ ମୋଦୀ @୨୦ ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି।

Share Now:

Kalinga News Beuro

Next Post

୧୬ ବର୍ଷ ପରେ ଭାରତୀୟ ମହିଳା ହକି ଦଳର କମାଲ : କମନୱେଲଥ ଗେମ୍ସରେ ପ୍ରଥମ ଥର ଜିତିଲା ବ୍ରୋଞ୍ଚ ପଦକ

Sun Aug 7 , 2022
ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ପ୍ରତିଯୋଗିତାର ଆଜି ଭାରତ ନ୍ୟୁଜିଲାଣ୍ଡକୁ ହରାଇ କାଂସ୍ୟ ପଦକ ଜିତିଛି। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ବ୍ରୋଞ୍ଜ ପଦକ ପାଇଁ ନ୍ୟୁଜିଲାଣ୍ଡ ସହ ଲଢ଼ିଥିଲା ଓ କମନୱେଲଥ ଗେମ୍ସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ଜିତିଛି। ଆଜିର ମ୍ୟାଚରେ ଭାରତୀୟ ଦଳ ସୁଟଆଉଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ପ୍ରଥମେ ଭାରତ ନ୍ୟୁଜିଲାଣ୍ଡ […]
ପ୍ରଥମ ଥର ଜିତିଲା ବ୍ରୋଞ୍ଚ ପଦକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial