ଶିଶୁଭବନରେ ଅଭାବନୀୟ ଦୃଶ୍ୟ : ବୁଲା କୁକୁରଙ୍କ ମେଳରେ ଅଭିଭାବକଙ୍କ ରାତି

ଶିଶୁଭବନରେ ଅଭାବନୀୟ ଦୃଶ୍ୟ

କଟକ: ଶିଶୁଭବନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁଲା କୁକୁରଙ୍କ ମେଳରେ ଶିଶୁ ରୋଗୀଙ୍କ ଅଭିଭାବକ ରାସ୍ତାରେ ରାତି କାଟୁଛନ୍ତି। ଶିଶୁଭବନ ପରିସରରେ ଅଭିଭାବକଙ୍କ ଶୋଇବା ପାଇଁ ଘରର ଅଭାବ ଥିବାରୁ ଏ ପ୍ରକାର ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପର୍ଯ୍ୟାପ୍ତ ଗୃହର ଆବଶ୍ୟକତା ଥିବା ବିଭିନ୍ନ ମହଲରେ ଦାବି ଉଠିଛି। ଶିଶୁଭବନରେ ରାସ୍ତାରେ ରୋଗୀଙ୍କ ଅଭିଭାବକ ଶୋଇବା ଭଳି ପରିସ୍ଥିତି ଅତୀତରେ କେବେ ଦେଖିବାକୁ ମିଳି ନଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଶିଶୁଭବନରେ ସାଂସଦଙ୍କ ପାଣ୍ଠିରୁ ଏକ ୫୬ ଶଯ୍ୟା ବିଶିଷ୍ଟ ରାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଏଥିରେ ୨୮ ଜଣ ପୁରୁଷ ଓ ୨୮ ଜଣ ମହିଳାଙ୍କ ପାଇଁ ରହଣୀ ବ୍ୟବସ୍ଥା ରହିଥିବା ବେଳେ ଏହା ଶିଶୁଭବନ ପାଇଁ ପର୍ଯ୍ୟାପ୍ତ ନୁହେଁ। ୪୧୬ ବେଡ ବିଶିଷ୍ଟ ଶିଶୁ ଭବନରେ ଦୈନିକ ୭୦ରୁ ଉର୍ଦ୍ଧ୍ବ ଶିଶୁ ରୋଗୀ ଭର୍ତ୍ତି ହେଉଥିବାରୁ ଏବେ ପରିସ୍ଥିତି ଉଦବେଗଜନକ ହୋଇଛି। ଏବେ ଥଣ୍ଡା ଜ୍ବରରେ ଅଧିକାଂଶ ଶିଶୁ ରୋଗୀ ଆକ୍ରାନ୍ତ ହେଉଥିବାରୁ ଶିଶୁଭବନରେ ଶିଶୁ ରୋଗୀ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇଛି।
ସେଥିପାଇଁ ରୋଗୀଙ୍କ ଅଭିବାକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଶିଶୁଭବନରେ ଥିବା ରାତ୍ରୀ ଆଶ୍ରୟସ୍ଥଳୀରେ ଭର୍ତ୍ତି ହେବା ସହିତ କାଜୁଆଲିଟି, ମେଡିକାଲ୍ ଵାର୍ଡ-୧, ଵାର୍ଡ-୨, ଜାପାନ କୋଠାର ଆଉଟଡୋର୍ ସାମନା, ଓଲଡ ମେଡିକାଲ୍ ସାମନା ବାରଣ୍ଡା, ସାଇ ମନ୍ଦିର ବାରଣ୍ଡାରେ ଶୋଉଛନ୍ତି ରୋଗୀଙ୍କ ଅଭିଭାବକ। ସେଠି ବି ସ୍ଥାନର ଅଭାବ ରହିବାରୁ ଏବେ ଜାପାନ କୋଠା ସାମନା ଅକ୍ସିଜେନ୍ ପ୍ଲାଣ୍ଟ ସାମନା ରାସ୍ତାକୁ ଏବେ ଆଶ୍ରୟ ଭାବେ ବାଛି ନେଇଛନ୍ତି ଶିଶୁ ରୋଗୀଙ୍କ ଅଭିଭାବକ। ସେଠି ବୁଲା କୁକୁର ରାତିରେ ମେଳି ବାନ୍ଧୁଥିବା ବେଳେ ସେମାନଙ୍କ ମେଳରେ ରାତି କାଟିବା ଭଳି ଦୁଖଃଦ ଘଟଣା ଏବେ ସାଧାରଣଙ୍କୁ ଚକିତ କରିଛି। ତେବେ ଶିଶୁଭବନରେ ପର୍ଯ୍ୟାପ୍ତ ଆଶ୍ରୟସ୍ଥଳୀ ନିର୍ମାଣର ଆବଶ୍ୟକତା ଥିବାରୁ ତୁରନ୍ତ ଏ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ଉଠିଛି।

Share Now:

Kalinga News Beuro

Next Post

ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

Sun Aug 7 , 2022
ଭୁବନେଶ୍ୱର : ବିଜୁ ଶ୍ରମିକ ସାମୁଖ୍ୟ କାର୍ଯ୍ୟାଳୟରେ ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଶ୍ରମିକ ସାମୁଖ୍ୟର ମୁଖ୍ୟ ତଥା କଟକ ମେୟର ସୁବାସ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜେନ୍ଦ୍ର ବାବୁଙ୍କ ସ୍ମୃତି ଚାରଣ କରିବା ସହ ଶ୍ରମ ସଂଗଠନ ପ୍ରତି ସ୍ବର୍ଗତ ସିଂଙ୍କ ଅବଦାନକୁ […]
ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial