ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର : ବିଜୁ ଶ୍ରମିକ ସାମୁଖ୍ୟ କାର୍ଯ୍ୟାଳୟରେ ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଶ୍ରମିକ ସାମୁଖ୍ୟର ମୁଖ୍ୟ ତଥା କଟକ ମେୟର ସୁବାସ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜେନ୍ଦ୍ର ବାବୁଙ୍କ ସ୍ମୃତି ଚାରଣ କରିବା ସହ ଶ୍ରମ ସଂଗଠନ ପ୍ରତି ସ୍ବର୍ଗତ ସିଂଙ୍କ ଅବଦାନକୁ ଭୁୟସୀ ପ୍ରଶଂସା କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ। ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଅବସରରେ ସ୍ବର୍ଗତ ଆତ୍ମାର ସଦଗତି କାମନାକରିବା ସହ ବିଜୁ ଶ୍ରମିକ ସାମୁଖ୍ୟ ସହ ତାଙ୍କର ଅବଦାନକୁ ମାନେ ପକାଇଥିଲେ। ବରିଷ୍ଠ ଶ୍ରମିକ ନେତା ନବକିଶୋର ମହାନ୍ତି ସ୍ବର୍ଗତ ରାଜେନ୍ଦ୍ର ବାବୁଙ୍କ କାର୍ଯ୍ୟ କରିବାରେ ଆନନ୍ଦ ଥିଲା ବୋଲି କହିବା ସହ ବିଜୁ ଶ୍ରମିକ ସାମୁଖ୍ୟ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛିବୋଲି ପ୍ରକାଶ କରିଥିଲେ।ଶେଷରେ ବିଜୁ ଶ୍ରମିକ ସାମୁଖ୍ୟ ନେତା ରାଜୀବ ମହାନ୍ତି ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ।

Share Now:

Kalinga News Beuro

Next Post

ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସଂପାଦନ କରିବା ଉଚିତ: ମୁଖ୍ୟମନ୍ତ୍ରୀ

Mon Aug 8 , 2022
କଟକ: ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସଂପାଦନ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି। ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସାରା ଦେଶ […]
ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial