ରାଜ୍ୟରେ ୨୪ ଘଣ୍ଟାରେ ୬୫୩ କରୋନା ସଂକ୍ରମିତ ଚିହ୍ନଟ

୨୪ ଘଣ୍ଟାରେ ୬୫୩ କରୋନା ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୫ ଶହ ତଳେ ଥିବା ବେଳେ ଆଜି ୬୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ୦-୧୮ ବର୍ଷ ବର୍ୟସ ମଧ୍ୟରେ ଅଛନ୍ତି ୧୨୮ ଜଣ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୦୬୬୭ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୩୦୬୨୪୯ ଜଣ ଓ ସକ୍ରିୟ ଅଛନ୍ତି ୫୨୧୩ ଜଣ। ନୂଆ କରି ସୁସ୍ଥ ହୋଇଛନ୍ତି ୯୮୮ ଜଣ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅନୁଗୁଳ ଜିଲ୍ଳାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୯ ଜଣ, ବରଗଡ଼ରୁ ୨୭ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୩୯ ଜଣ, ବୌଦ୍ଧରୁ ୪ ଜଣ, କଟକରୁ ୧ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୭ ଜଣ, ଗଞ୍ଜାମରୁ ୧୫, ଜଗତ୍‌ସିଂହପୁରରୁ ୫ ଜଣ, ଯାଜପୁରରୁ ୧୪ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୩୦ ଜଣ, କନ୍ଧମାଳରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୯୬ ଜଣ, କୋରାପୁଟରୁ ୧୩ ଜଣ, ମୟୂରଭଞ୍ଜରୁ ୩୩ ଜଣ, ନବରଙ୍ଗପୁରରୁ ୧୪ ଜଣ, ନୟାଗଡ଼ରୁ ୧୭ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୪୬ ଜଣ, ସୋନପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୧୭୩ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ୧୬ ହାତୀ ଶିକାର କରିଥିବା ରଜାକ ଖାଁ ଗିରଫ

Fri Aug 12 , 2022
ଖୋର୍ଦ୍ଧା: ରାଜ୍ୟରେ ଗତ କିଛି ମାସ ଧରି ଚାଲିଥିବା ହାତୀମଡ଼କ ଘଟଣାରେ ଏକ ଚାଞ୍ଚଲ୍ୟକର ମୋଡ ଆସିଛି। ଆଜି ରାଜ୍ୟ ସରକାରଙ୍କ ଗଠିତ ଏସ୍ଆଇଟି ଖୋର୍ଦ୍ଧାର ବେଗୁନିଆ ଥାନା ଅଞ୍ଚଳରୁ ରଜାକ ଖାଁନ ନାମକ ଜଣେ ଶିକାରୀକୁ ଗିରଫ କରିବା ସହ ବିପୁଳ ହାତୀଦାନ୍ତ ଜବତ କରିଥିବା ଜଣାଯାଇଛି। ଗିରଫ ବ୍ୟକ୍ତି ଜଣକ ଆଠଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ଟି ହାତୀ ଶିକାର ମାମଲାରେ ସମ୍ପୃକ୍ତ ରହିଥିବା ସୂଚନା […]
ରଜାକ ଖାଁ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial