ହୀରାକୁଦ ଡ୍ୟାମ୍‌ର ୮ଟି ଗେଟ୍‌ ବନ୍ଦ : ୨୦ଟି ଗେଟ୍‌ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଜାରି

ହୀରାକୁଦ ଡ୍ୟାମ୍‌ର ୮ଟି ଗେଟ୍‌ ବନ୍ଦ

ସମ୍ବଲପୁର: ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଅଜି ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ୮ଟି ଗେଟ୍‌ ବନ୍ଦ କରାଯାଇଛି। ଜଳଭଣ୍ଡାରରୁ ଏହି ୮ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ଅପରାହ୍ନ ୩ଟାରେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୧୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୬ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ଖୋଲି ଦିଆଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହାକୁ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ। ସୂଚନା ଅନୁସାରେ ଏବେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୩,୩୭,୩୪୧ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୪,୫୦,୦୨୬ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୩,୧୬,୧୪୦ କ୍ୟୁସେକ, ପାୱାର ଚ୍ୟାନେଲ ମାଧ୍ୟମରେ ୩୧,୮୪୭, ଚାଷ ପାଇଁ ୧୭୮୭ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୧୫୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୮୭ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।
ହୀରାକୁଦ ଜଳ ଭଣ୍ଡାରରେ ଶୁକ୍ରବାର ଅପରାହ୍ନ ୩ଟାରେ ୬୨୧.୧୩ ଫୁଟ ଜଳସ୍ତର ରହିଛି। ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ପୂର୍ବାପେକ୍ଷା କମୁଛି। ଅପରାହ୍ନ ୩ଟା ସୁଦ୍ଧା ପର୍ଥଲା ଦେଇ ୧ ଲକ୍ଷ ୮ ହଜାର ୨୯୮ କ୍ୟୁସେକ, ଖଇରମାଳ ଦେଇ ୬ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ବରମୂଳ ଦେଇ ୮ ଲକ୍ଷ ୧୯ ହଜାର ୫୦୦କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ ଜଳ ନିଷ୍କାସନ ହେଉଛି।

Share Now:

Kalinga News Beuro

Next Post

ହାଇଟେକ୍‌ ଅଞ୍ଚଳରେ ଦୟନୀୟ ସ୍ଥିତି: ୨୦ ଲିଟର ପାଣି ଜାର୍‌ ୧୦୦ ଟଙ୍କା, ଜଳବନ୍ଦୀ ଦୁଃଖକୁ ବଳେଇଛି ବିଦ୍ୟୁତ୍‌କାଟ

Fri Aug 19 , 2022
ପୁରୁଣା ଭୁବନେଶ୍ବର : ସୁନ୍ଦରପଦା-ଜଟଣୀ ରାସ୍ତାର ହାଇଟେକ୍‌ ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ଦୁଃଖ ସରୁନାହିଁ। ସ୍ଥାନୀୟ ଲୋକେ ପ୍ରାୟ ୪ ଦିନ ହେଲା ଜଳବନ୍ଦୀ ଓ ଗୃହବନ୍ଦୀ ଅବସ୍ଥାରେ ରହିଥିବା ବେଳେ ବିଦ୍ୟୁତ୍‌କାଟ୍‌ ଯୋଗୁଁ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ପିଇବା ପାଣି ବିନା ଶହଶହ ଲୋକ କଲବଲ ହେଉଛନ୍ତି। ପିଇବାକୁ କିଣା ପାଣି ବି ମିଳୁନି। ୨୦ ଲିଟର ବିଶିଷ୍ଟ ପାଣି ଜାର୍‌କୁ ୧୦୦ ଟଙ୍କା ଦେଲେ ବି […]
ହାଇଟେକ୍‌ ଅଞ୍ଚଳରେ ଦୟନୀୟ ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial