ରାଜଧାନୀରେ ଚାଞ୍ଚଲ୍ୟ: ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳା ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ମୃତ ଯୁବତୀଜଣକ ଭଦ୍ରକ ଅଞ୍ଚଳର ଶ୍ଵେତା ଉତ୍କଳ କୁମାରୀ ବୋଲି ଜଣାଯାଇଛି। ଘଟଣା ସଂପର୍କରେ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ପୁଲିସ୍ ଜଣାଇଛି। ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

ନେତାଜୀ ବସ୍ ଟର୍ମିନାଲ୍‌ ନିର୍ମାଣ : ରିଂରୋଡ୍‌ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କଲେ ମେୟର୍‌ ଓ କମିସନର୍‌

Sun Aug 21 , 2022
କଟକ: କଟକ ମହାନଗର ନିଗମ (ସିଏମସି) ମେୟର୍‌ ସୁବାସ ସିଂହ ଓ କମିସନର ନିଖଳ ପବନ କଲ୍ୟାଣ ଶନିବାର ଅପରାହ୍ନରେ ଖାନନଗର ଠା‌ରେ ନିର୍ମାଣାଧୀନ ନେତାଜୀ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏ ନେଇ କାମ କରୁଥିବା ଏଜେନ୍ସି ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ୨୦୨୩ ସୁଦ୍ଧା‌ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମ୍ପ୍ରସାରିତ ହେବାକୁ ଥିବା ରିଂରୋଡ୍‌ କାର୍ଯ୍ୟର ସମୀକ୍ଷା […]
ନେତାଜୀ ବସ୍ ଟର୍ମିନାଲ୍‌ ନିର୍ମାଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial