ଭାରତରେ ଆଇଫୋନ-୧୪ ଉତ୍ପାଦନ କରିବ ଆପଲ୍

ଭାରତରେ ଆଇଫୋନ-୧୪ ଉତ୍ପାଦନ କରିବ ଆପଲ୍

ନୂଆଦିଲ୍ଲୀ : ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଆପଲ କମ୍ପାନି ନିଜର ପ୍ରସିଦ୍ଧ ସ୍ମାର୍ଟଫୋନ ଆଇଫୋନ ଲଞ୍ଚ୍ କରିଥାଏ। ଏବର୍ଷ ସେପ୍ଟେମ୍ବର ମାସରେ ଆପଲ ଆଇଫୋନ ୧୪ ଲଞ୍ଚ୍ ହେବାର ସମ୍ଭାବନା ରହିଛି। ଏଣୁ ଗ୍ରାହକମାନେ ଏହି ମାସକୁ ଚାହିଁଛନ୍ତି। କିନ୍ତୁ ଏବର୍ଷ ଆଉ ଏକ କାରଣରୁ ଆପଲ କମ୍ପାନି ଚର୍ଚ୍ଚାରେ ରହିଛି। ତାହା ହେଉଛି ଆଇଫୋନ-୧୪ ଭାରତରେ ଉତ୍ପାଦନ ହେବ। ଚୀନରେ ଉତ୍ପାଦିତ ଆଇଫୋନ ସେପ୍ଟେମ୍ବର ମାସରେ ବଜାରକୁ ଆସିବାକୁ ଥିବାବେଳେ ଭାରତରେ ଉତ୍ପାଦିତ ଆଇଫୋନ ଆସନ୍ତା ଦିପାବଳୀ ବେଳକୁ ବଜାରକୁ ଆସିବ। ଚୀନରେ ଲକଡାଉନ ଓ ଅନ୍ୟ ସମସ୍ୟା ଯୋଗୁଁ ଆଇଫୋନ-୧୪ ଉତ୍ପାଦନ ପ୍ରଭାବିତ ହୋଇଛି। ଏଥିପାଇଁ କମ୍ପାନି ଭାରତରେ ଥିବା ନିଜ ଉତ୍ପାଦନ କେନ୍ଦ୍ରରେ ଏହାକୁ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛି।
ଭାରତରେ ଗତ କିଛି ବର୍ଷ ହେଲା ଆଇଫୋନ ଉତ୍ପାଦନ ହୋଇଆସୁଛି। ପୂର୍ବରୁ ଆଇଫୋନ୧୧, ଆଇଫୋନ୧୨ ଓ ଆଇଫୋନ ୧୩ ମଧ୍ୟ ଭାରତରେ ଉତ୍ପାଦନ ହୋଇସାରିଛି। ଆପଲ କମ୍ପାନି ପାଇଁ ଏସବୁ ସ୍ମାର୍ଟଫୋନଗୁଡ଼ିକୁ ଫକ୍ସକନ, ଓ୍ବିଷ୍ଟ୍ରନ ଓ ପେଗାଟ୍ରନ ଉତ୍ପାଦନ କରିଥାନ୍ତି। ତେବେ ଭାରତରେ ଆଇଫୋନ-୧୪ ଉତ୍ପାଦନ ହେବାର ଅର୍ଥ ନୁହେଁ ଯେ ଏହାର ମୂଲ୍ୟ କମିଯିବ। ଆଇଫୋନ-୧୪ର ମୂଲ୍ୟ ଆମେରିକାରେ ୭୯୯ ଡଲାର ରହିବା ଅନୁମାନ କରାଯାଉଛୁ। ଭାରତରେ ଏହାର ମୂଲ୍ୟ ୮୦ ହଜାର ଟଙ୍କା ଆଖପାଖରେ ରହିବା ଅନୁମାନ କରାଯାଉଛି।

Share Now:

Kalinga News Beuro

Next Post

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି ମିଶ୍ର

Tue Aug 23 , 2022
ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି-ପ୍ରକୃତି ଭୁବନେଶ୍ବର: ମାସକ ପରେ ପୁଣି ଥରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍, ତାଙ୍କ ପତ୍ନୀ ତୃପ୍ତୀ ଶତପଥୀ ଏବଂ ନାୟିକା ପ୍ରକୃତି ମିଶ୍ରଙ୍କୁ ନେଇ ଘଟିଥିବା ବିବାଦ ସାମ୍ନାକୁ ଆସିଛି। ଅଭିନେତ୍ରୀ ପ୍ରକୃତି ମିଶ୍ର ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଦ୍ବାରା ଦିଆଯାଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେ ହାଇକୋର୍ଟ ଯାଇଥିବା ଜଣାପଡ଼ିଛି। ସେ ଅଭିଯୋଗ […]
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି ମିଶ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial