ଦେଶରେ ୨୪ ଘଣ୍ଟା ମଧ୍ୟରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳେ ରହୁଛି। ଗତ କାଲି ୨୪ ଘଣ୍ଟା ମଧ୍ୟରେ ୯,୫୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆହୁରି କମ୍‌ ସଂକ୍ରମଣ ରେକର୍ଡ ହୋଇଛି। ଆଜି ଦେଶରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ୪,୪୩, ୫୭,୫୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୯୬,୫୦୬ରେ ପହଞ୍ଚିଛି। ଆଜି କରୋନାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ ହେବା ପରେ ଦେଶରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୨୭, ୪୧୬ରେ ପହଞ୍ଚିଛି। ସମୁଦାୟ ସଂକ୍ରମଣର ସକ୍ରିୟ ସଂକ୍ରମଣଙ୍କ ହାର ରହିଛି ୦.୨୨ ପ୍ରତିଶତ। ଜାତୀୟ କରୋନା ସୁସ୍ଥ ହାର ରହିଛି ୯୮.୫୯ ପ୍ରତିଶତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଦେଶରେ ମୃତ୍ୟୁ ହାର ୧.୧୯ ପ୍ରତିଶତ ଥିବା ବେଳେ ଏବେ ସୁଦ୍ଧା ୨୧୦.୩୧ କୋଟି ଲୋକଙ୍କର ଟୀକାକରଣ ହୋଇସାରିଛି।

Share Now:

Kalinga News Beuro

Next Post

ଆରପାରିରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌

Tue Aug 23 , 2022
ନୂଆଦିଲ୍ଲୀ: ଭାରତୀୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌ ଆଉ ନାହାନ୍ତି। ତାଙ୍କର ଗତକାଲି ରାତିରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସୋନାଲୀ ତାଙ୍କର କିିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ସୋନାଲୀଙ୍କୁ ‌ଶେଷ ଥର ପାଇଁ ‘ବିଗ୍‌ବସ୍‌-୧୪’ରେ ଦେଖିବାକୁ ମିଳିଥିଲେ। ସେ ଜଣେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବେ ବିଗ୍‌ବସ୍‌ରେ ପ୍ରବେଶ କରିଥିଲେ। ତାହା ପରେ ତାଙ୍କୁ […]
ନେତ୍ରୀ ସୋନାଲୀ ଫୋଗଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial