ଆରପାରିରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌

ନେତ୍ରୀ ସୋନାଲୀ ଫୋଗଟ୍‌

ନୂଆଦିଲ୍ଲୀ: ଭାରତୀୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌ ଆଉ ନାହାନ୍ତି। ତାଙ୍କର ଗତକାଲି ରାତିରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସୋନାଲୀ ତାଙ୍କର କିିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ସୋନାଲୀଙ୍କୁ ‌ଶେଷ ଥର ପାଇଁ ‘ବିଗ୍‌ବସ୍‌-୧୪’ରେ ଦେଖିବାକୁ ମିଳିଥିଲେ। ସେ ଜଣେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବେ ବିଗ୍‌ବସ୍‌ରେ ପ୍ରବେଶ କରିଥିଲେ। ତାହା ପରେ ତାଙ୍କୁ ବହୁଳମାତ୍ରାରେ ଲୋକପ୍ରିୟତା ମିଳିଥିଲା। ସେ ୨୦୧୯ ମସିହା ହରିଆଣା ବିଧାନସଭା ନିର୍ବାଚନରେ ଆଦ୍‌ମାପୁରରୁ ବିଜେପି ଟିକେଟ୍‌ ପାଇ ନିର୍ବାଚନ ଲଢ଼ିଥିଲେ। ସେ ସମୟରେ ‌ସେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିବା କୂଳଦୀପ ବିଷ୍ନୋଇଙ୍କୁ ପ୍ରତିଦ୍ବନ୍ଦିତା କରୁଥିଲେ। କୂଳଦୀପ ନିକଟରେ ଦଳ ପରିବର୍ତ୍ତନ କରି ବିଜେପିର ସାମିଲ୍‌ ହୋଇଛନ୍ତି।
ସୋନାଲୀଙ୍କର ଜଣେ ଝିଅ ଅଛନ୍ତି, ଯିଏକି ତାଙ୍କର ଖୁବ୍‌ ଘନିଷ୍ଠ। ସୋନାଲୀ ଟିକ୍‌ଟିକ୍‌ରେ ଖୁବ୍ ଲୋକପ୍ରିୟ। ୨୦୧୬ ମସିହା ଡିସେମ୍ବର ମାସରେ ତାଙ୍କ ସ୍ବାମୀଙ୍କର ରହସ୍ୟଜନକ ଭାବେ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ସୋନାଲୀଙ୍କ ଝିଅଙ୍କ ନାମ ଯଶୋଧାରା ଫୋଗଟ୍‌। ସୋନାଲୀ ଟିଭି ଧାରାବାହିକ ‘ଏକ ମାଆ ଯୋ ଲଖନ୍‌ କେଲିଏ ବନି ଅମ୍ମା’ ଜରିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତା’ପରେ ସେ ହରିଆଣା ଚଳଚ୍ଚିତ୍ର ‘ଛୋରିୟାଁ ଛୋରୋଁ ସେ କମ୍‌ ନେହିଁ ହୋତି’ରେ ଦେଖିବାକୁ ମିଳିଥିଲେ। କେବଳ ଏତିକି ନୁହେଁ, ସେ ଅନେକ ପଞ୍ଜାବୀ ଓ ହରିଆଣୀ ମ୍ୟୁଜିକ୍‌ ଭିଡିଓରେ ବି ସେ ନଜର ଆସିଛନ୍ତି।

Share Now:

Kalinga News Beuro

Next Post

ବନ୍ୟା ପ୍ରଭାବ: ପରିବା ପେଣ୍ଠରେ କସି ମିଳୁନି, ବିକୁଥିଲେ, ଆଜି କିଣି ପାରୁନାହାନ୍ତି

Tue Aug 23 , 2022
ବାଲିଅନ୍ତା: ଦିନେ ଏସବୁ ଅଞ୍ଚଳ ଥିଲା ପରିବା ଉତ୍ପାଦନର ପେଣ୍ଠ। ଏଠୁ ରାଜଧାନୀକୁ ରପ୍ତାନି ହେଉଥିଲା ପରିବ। ବାଇଗଣ, କାକୁଡ଼ି, କଖାରୁ, ପୋଟଳ, ଜହ୍ନି, ଭେଣ୍ଡି ଓ ନାନାଦି ପ୍ରକାରର ଶାଗ ବିକ୍ରି ପାଇଁ ଯାଉଥିଲା ଭୁବନେଶ୍ବର। ସ୍ଥାନୀୟ ଲୋକଙ୍କ ପାଇଁ ପରିବା ଏକ ସମସ୍ୟା ନଥିଲା। କିନ୍ତୁ ବନ୍ୟା ଆଜି ସବୁ ବଦଳାଇଦେଇଛି। ଯେଉଁଠି ଗୋରୁ ପରିବା ଖାଉଥିଲେ, ସେଠି ମଣିଷ ପାଇଁ ନାହିଁ। ବିଲ, ନଦୀପଠା ଓ […]
ବନ୍ୟା ପ୍ରଭାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial