ତୃପ୍ତି ଓ ତାଙ୍କ ବାପାଙ୍କ ନାମରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କଲେ ପ୍ରକୃତି ମିଶ୍ର

ମାନହାନି ମକଦ୍ଦମା କଲେ ପ୍ରକୃତି ମିଶ୍ର

ଭୁବନେଶ୍ବର: କିିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ୍‌ ରାସ୍ତାରେ ମାଡ଼ ଖାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଏବେ ଭୁବନେଶ୍ବର କୋର୍ଟରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କରିିଛନ୍ତି। ଏ ନେଇ ପ୍ରକୃତିଙ୍କ ଓକିଲ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ‘ପ୍ରକୃତିଙ୍କ ପକ୍ଷରୁ ମାନହାନୀ ମକଦ୍ଦମା କରିବାକୁ ଆମେ କୋର୍ଟକୁ ବାହାରୁଛୁ। ପରେ କହିବେନି ‌ଯେ ଆମେ ଜଣାଇଲୁନି ବୋଲି’। ତେବେ ପ୍ରକୃତିି କୋର୍ଟରେ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ନାମରେ ମାନହାନି ମକଦ୍ଦମା କରିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଆଜକୁ ଠିକ୍‌ ୧ ମାସ ତଳେ ରାସ୍ତା ମଝିରେ ଦେଖିବାକୁ ମିଳିଥିଲା ଷ୍ଟାର୍‌ ପରିବାରର କଳି। ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ ଚାରିଚକିଆ ଗାଡ଼ିରେ ବସି କେଉଁଆଡ଼କୁ ଯିବାକୁ ବାହାରିଥିବା ସମୟରେ ତାଙ୍କୁ ଅଟକାଇଥିଲେ ବାବୁସାନ୍‌ଙ୍କ ପତ୍ନୀ। ସେଠାରେ ସେ ବାବୁସାନ୍‌ଙ୍କ ସହ ଧସ୍ତାଧସ୍ତି କରିବା ସହ ପ୍ରକୃତିଙ୍କୁ ବି ରାସ୍ତା ମଝିରେ ଗୋଡ଼େଇ ଗୋଡ଼େଇ ଧକ୍କା ମାରୁଥିବାର ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା। ତାଙ୍କ ସ୍ବାମୀଙ୍କର ପ୍ରକୃତିଙ୍କ ସହ ପରକୀୟା ପ୍ରୀତି ଅଛି ବୋଲି ଅଭିଯୋଗ ଆଣିବା ସହ ପ୍ରକୃତି ତାଙ୍କ ଘର ଭାଙ୍ଗିଛନ୍ତି ବୋଲି ତୃପ୍ତି କହୁଥିବାର ଭିଡିଓରେ ଶୁଣିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଉଭୟ ବାବୁସାନ୍‌ ଓ ପ୍ରକୃତିଙ୍କ ଘରେ ବିବାଦ ସୃଷ୍ଟି ହୋଇଥିଲା। ବାବୁସାନ୍‌ଙ୍କ ବାପାମାଆ ତଥା ଓଡ଼ିଶାର ସୁନାମଧନ୍ୟ ଷ୍ଟାର୍‌ ଦମ୍ପତି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ସପକ୍ଷରେ ବାହାରିଥିବା ବେଳେ ପ୍ରକୃତିଙ୍କ ବାପା ତଥା ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ତାଙ୍କ ପତ୍ନୀ ନିଜ ଝିଅ ପ୍ରକୃତିକୁ ସମର୍ଥନ କରିଥିଲେ। ଏପରିକି ରାସ୍ତା ମଝିରେ ତୃପ୍ତି ପ୍ରକୃତିଙ୍କୁ ମାଡ଼ ମାରି ତାଙ୍କର ସମ୍ମାନ ହାନି କରିଥିବାରୁ ସେ ଝିଅ ସହ ଯାଇ ମନ୍ମଥ ମିଶ୍ର ତୃପ୍ତିଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଥିଲେ।

Share Now:

Kalinga News Beuro

Next Post

ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କଲେ କେନ୍ଦ୍ର ସରକାର

Wed Aug 24 , 2022
ଭୁବନେଶ୍ବର: ମଙ୍ଗଳବାର ଦିନ ଭାରତ ସରକାର ଓଡ଼ିଶାର କାର୍ଯ୍ୟରତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କୁ ଅଗଷ୍ଟ ୧୦ ତାରିଖରେ ଲେଖିଥିବା ପତ୍ରରେ ପ୍ରସ୍ତାବ ଦେଇଥିଲେ। ଭାରତ ସରକାର ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ଦେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ […]
ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial