ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ : ୟେଲୋଓ୍ଵାର୍ଣ୍ଣିଂ ଜାରି

୨୧ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟ ଉପରେ ଏବେ କୌଣସି ଘୂର୍ଣ୍ଣିବଳୟ ସକ୍ରିୟ ନାହିଁ କିମ୍ବା ମୌସୁମୀ ଟ୍ରଫ ଲାଇନ ମଧ୍ୟ ସକ୍ରିୟ ଅବସ୍ଥାରେ ନାହିଁ। ଏ ପରିସ୍ଥିତିରେ ରାଜ୍ୟରେ କୌଣସି ପ୍ରକାରର ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ଓଡିଶାର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁଯାଯାଇଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୮ ତାରିଖ, ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନାଗିରି ଓ କୋରପୁଟ ପ୍ରଭୃତି ୨୧ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକୁ ମଧ୍ୟ ହଳଦିଆ ଚେତାବନୀ ବା ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରିି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଧ୍ୟାହ୍ନ ପରେ ଆକାଶ ଆଶିଂକ ମେଘୁଆ ରହିବା ସହ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ହାଲୁକା ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି।

Share Now:

Kalinga News Beuro

Next Post

ଝାଡ଼ଖଣ୍ଡ ସଙ୍କଟ: ଶାସକ ମେଣ୍ଟର ବିଧାୟକଙ୍କୁ ‘ଅଜ୍ଞାତବାସ’

Sat Aug 27 , 2022
ରାଞ୍ଚି: ଝାଡ଼ଖଣ୍ଡରେ ରାଜନୈତିକ ଅଶାନ୍ତି ଓ ସଙ୍କଟ କ୍ରମେ ତୀବ୍ର ହେଉଥିବା ବେଳେ ଜେଏମଏମ-କଂଗ୍ରେସ ବିଧାୟକମାନଙ୍କୁ ଶନିବାର ଅପରାହ୍ନରେ ରାଜ୍ୟ ବାହାରକୁ ‘ଅଜ୍ଞାତବାସ’ରେ ସ୍ଥାନାନ୍ତର କରାଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ସହଯୋଗୀ କଂଗ୍ରେସ ସେମାନଙ୍କ ବିଧାୟକମାନଙ୍କୁ ଏକ ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେବାପରେ ଝାଡ଼ଖଣ୍ଡର ବିଧାୟକଙ୍କୁ ନେଇ ଦୁଇଟି ବସ୍‌ ରାଞ୍ଚିରେ ଥିବା ମୁଖ୍ୟମନ୍ତ୍ରୀ ସୋରେନଙ୍କ ବାସଭବନରୁ ଅଜ୍ଞାତସ୍ଥାନ ଅଭିମୁଖେ ବାହାରି […]
ଝାଡ଼ଖଣ୍ଡ ସଙ୍କଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial