ଦାରୁଠେଙ୍ଗବାସୀଙ୍କ ସହ ବୈଠକ ପରେ ବାହାରିଲା ସମାଧାନର ବାଟ : ବିଏମସିକୁ ମିଳିଲା ୯ ମାସର ମହଲତ

ବାହାରିଲା ସମାଧାନର ବାଟ

ଭୁବନେଶ୍ବର: ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା ସମାଧାନ ପାଇଁ ଆଜି ଦାରୁଠେଙ୍ଗବାସୀ ନିଷ୍ପତ୍ତି ଶୁଣାଇବାକୁ କଥା ଦେଇଥିବା ବେଳେ ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀଙ୍କ ସହ ବୈଠକ ଶେଷ ହେବା ପରେ ସମାଧାନର ବାଟ ବାହାରିଛି। ବିଏମ୍‌ସିକୁ ୯ ମାସର ମହଲତ ମିଳିଛି। ଫଳରେ ଡମ୍ପିଂୟାର୍ଡରେ ଅଳିଆ ପକାଇବା କାର୍ଯ୍ୟ ଆରମ୍ଭ ହୋଇପାରିବ। ଏହି ସମସ୍ୟାର ସମାଧାନ ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଓ ମନ୍ତ୍ରୀ ଉଷା ଦେବୀଙ୍କ ହସ୍ତକ୍ଷେପକୁ ଧନ୍ୟବାଦ ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ।
ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଲେ ଦାରୁଠେଙ୍ଗ ପଞ୍ଚାୟତବାସୀ। ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯିବ। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ଅଳିଆ ଉଠିବ ବୋଲି ସୂଚନା ରହିଛି। ସମାଧାନର ବାଟ ବାହାରିବା ପରେ ବିଏମସି କର୍ତ୍ତୃପକ୍ଷ ଅଶ୍ଵସ୍ତି ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଳିଆ ବିବାଦ ତୁଟାଇବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ବାରମ୍ବାର ବିଫଳ ହେଉଥିଲା ବେଳେ ସହରରେ ଆବର୍ଜନାର ସ୍ଥିତି ଉତ୍କଟ ହୋଇଥିଲା। ଅଧିକାଂଶ ୱାର୍ଡରୁ ଆବର୍ଜନା ଉଠୁନି। ଏପରିକି କିଛି ଜାଗାରେ ଲୋକ ଘରୁ ବାହାରିବା ବେଳେ ନାକରେ ହାତ ଦେଉଛନ୍ତି। କେବଳ ଲୋକ ଦେଖାଣିଆ ଭାବରେ କିଛି ୱାର୍ଡରୁ ଉଠାଇ ନେଇ ଅନ୍ୟ ୱାର୍ଡରେ ଥିବା ଖାଲି ଜାଗାରେ ଫିଙ୍ଗି ଦିଆଯାଉଛି। ଚିଲିପୋଖରିରେ ଏକ ଅସ୍ଥାୟୀ ଡମ୍ପିଂୟାର୍ଡ ସୃଷ୍ଟି ହୋଇଛି। ଟିଟିଏସ୍‌ ଭର୍ତ୍ତି ହୋଇଯିବା ପରେ ଟିଟିଏସ୍‌ ବାହାରେ ମଧ୍ୟ ଅଳିଆ ପାହାଡ଼ ଭଳି ଗଦା ହେଲାଣି। ଅଳିଆ ଗାଡ଼ି ବି ସେଠାରେ ଲମ୍ବା ଧାଡ଼ିରେ ଠିଆ ହୋଇଛି। ଟିଟିଏସ୍‌ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଅତ୍ୟନ୍ତ ଦୁର୍ଗନ୍ଧରେ ଦିନ କାଟୁଛନ୍ତି। ଟିଟିଏସ୍‌ ପାଖ ଦେଇ ଯାତାୟତ ବି ଅସମ୍ଭବ ହୋଇପଡ଼ିଲାଣି। ଘଟଣାର ତୁରନ୍ତ ସମାଧାନ ନ ହେ‌ଲେ ରାଜଧାନୀବାସୀ ଏହାର କୁପରିଣାମ ଭୋଗିବା ଥୟ ହୋଇଛି।

Share Now:

Kalinga News Beuro

Next Post

୨୦୨୨ର ସବୁଠାରୁ ଶକ୍ତିଶାଳୀ ‘ସୁପର ଟାଇଫୁନ୍‌ ହିନାନୋର’

Wed Aug 31 , 2022
ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜରେ ରଚିବ ତାଣ୍ଡବ ନୂଆଦିଲ୍ଲୀ: ୨୦୨୨ର ସବୁଠାରୁ ଶକ୍ତିଶାଳୀ ବିଶ୍ୱ ଝଡ଼ ବା ‘ଗ୍ଲୋବାଲ୍‌ ଷ୍ଟର୍ମ’ ବର୍ତ୍ତମାନ ପୂର୍ବ ଚୀନ୍‌ ସାଗର ମଧ୍ୟରେ ଗତିକରୁଛି। ଏହି ଝଡ଼କୁ ‘ସୁପର ଟାଇଫୁନ୍‌ ହିନାନୋର’ ଭାବେ ନାମିତ କରା ଯାଇଥିବା ବେଳେ ଏବେ ଏହି ଝଡ଼ ଘଣ୍ଟାପ୍ରତି ୧୬୦ ମାଇଲ ବେଗରେ ଗତିକରୁଛି। ଏହା ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜ ପ୍ରତି ବିପଦ ସୃଷ୍ଟି କରିବା ସହ ଚୀନ୍‌ର ପୂର୍ବ ଉପକୂଳରେ […]
‘ଗ୍ଲୋବାଲ୍‌ ଷ୍ଟର୍ମ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial