ବାପାଙ୍କ ଶ୍ରାଦ୍ଧ ପୂର୍ବରୁ ଆତ୍ମହତ୍ୟା କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି

ବିଚାରପତିଙ୍କ ଆତ୍ମହତ୍ୟା

କଟକ: ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। ଆଜି କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ସିଡିଏ ସ୍ଥିତ ବାସଭବନରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ କଟକର ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ଆତ୍ମହତ୍ୟାରେ ବ୍ୟବହୃତ ରଶିକୁ ଜବତ କରିଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ବିଚାରପତି ଜଣକ ଦୁଇଦିନ ହେବ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। କିନ୍ତୁ ଆଜି ସକାଳେ ସେ ଷ୍ଟେନୋଙ୍କୁ ଫୋନ କରି ଛୁଟି ବଢାଇବା କଥା କହିଥିଲେ। ତାଜା ସୂଚନା ଅନୁସାରେ ବର୍ତ୍ତମାନ ବିଚାରପତିଙ୍କ ମୃତଦେହକୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ପୋର୍ଷ୍ଟମର୍ଟମ୍ କରାଯିବ। ଏହାପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

Share Now:

Kalinga News Beuro

Next Post

୪ ଦିନିଆ ପୁଲିସ ହେପାଜତରେ ଗଲେ ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସାଧୁ

Fri Sep 2 , 2022
ବେଙ୍ଗାଲୁରୁ: ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା କର୍ଣ୍ଣାଟକର ଲିଙ୍ଗାୟତ ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ଶୁକ୍ରବାର ଦିନ ଚାରି ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଚିତ୍ରଦୁର୍ଗାର ମୁରୁଗା ମଠର ମୁଖ୍ୟ ସାଧୁଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ହାଜତରେ ଗିରଫ ସାଧୁଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ପରେ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା […]
୪ ଦିନିଆ ପୁଲିସ ହେପାଜତରେ ଲିଙ୍ଗାୟତ ସାଧୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial