୪ ଦିନିଆ ପୁଲିସ ହେପାଜତରେ ଗଲେ ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସାଧୁ

୪ ଦିନିଆ ପୁଲିସ ହେପାଜତରେ ଲିଙ୍ଗାୟତ ସାଧୁ

ବେଙ୍ଗାଲୁରୁ: ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା କର୍ଣ୍ଣାଟକର ଲିଙ୍ଗାୟତ ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ଶୁକ୍ରବାର ଦିନ ଚାରି ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଚିତ୍ରଦୁର୍ଗାର ମୁରୁଗା ମଠର ମୁଖ୍ୟ ସାଧୁଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ହାଜତରେ ଗିରଫ ସାଧୁଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ପରେ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା ଅନୁଯାୟୀ, ସାଧୁ ଜେଲରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ଯାହା ପରେ ଚିତ୍ରଦୁର୍ଗା ଜିଲ୍ଲା ଡାକ୍ତରଖାନାରେ ଏକ ଇଲେକ୍ଟ୍ରୋକାର୍ଡିଓଗ୍ରାମ ଏବଂ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପଡ଼ୋଶୀ ଡାଭାଙ୍ଗେରେରୁ ଦୁଇ ଜଣ ହୃଦରୋଗ ବିଶେଷଜ୍ଞଙ୍କୁ ମଧ୍ୟ ଡକାଯାଇଥିଲା।
ଗତ ସପ୍ତାହରେ ଚିତ୍ରଦୁର୍ଗା ସ୍ଥିତ ଏକ ମୁରାଘାରାଜେନ୍ଦ୍ର ମଠ ବିଦ୍ୟାଳୟରେ ପଢୁଥିବା ଏବଂ ଏହାର ହଷ୍ଟେଲରେ ରହୁଥିବା ୧୪ ଏବଂ ୧୬ ବର୍ଷ ବୟସର ଦୁଇ ନାବାଳିକାଙ୍କୁ ଗତ ତିନି ବର୍ଷ ଧରି ସାଧୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏବଂ ଏହି ଅଭିଯୋଗ ଆଧାରରେ, ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇଥିଲା। ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଅଧିନିୟମର କଠୋର ବ୍ୟବସ୍ଥା ଅନୁଯାୟୀ ସାଧୁଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଏହା ପରେ ଦୁଇ ପୀଡ଼ିତାଙ୍କ ବିବୃତ୍ତି ଜଣେ ମାଜିଷ୍ଟ୍ରେଟଙ୍କ ସମୁଖରେ ରେକର୍ଡ, କରାଯିବା ସହ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା।

Share Now:

Kalinga News Beuro

Next Post

ଆସୁଛି ଦୁଇଟି ଲଘୁଚାପ : ୫ରୁ ବଢ଼ିବ ବର୍ଷା

Fri Sep 2 , 2022
ଭୁବନେଶ୍ବର: ଆଗକୁ ଆସୁଛି ଦୁଇଟି ଲଘୁଚାପ। ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ। ୫ ତାରିଖରୁ ବଢ଼ିବ ବର୍ଷା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତ୍ତୀ […]
ଆସନ୍ତା ୨୪ରେ ବାତ୍ୟା ଆଶଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial