ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ

ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ ଭି ରମନାଙ୍କଠାରୁ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମନା ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଛନ୍ତି। ଦୀର୍ଘ ୨୫ବର୍ଷ ଧରି ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି’ ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ନିଜର ଶାସନ ବ୍ୟବସ୍ଥା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନଙ୍କୁ ଏହି ସମ୍ମାନ ମିଳୁଥିବାରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ଆରମ୍ଭ କରି ରାଜନୈତିକ ମହଲରେ ଏବେ ଏନେଇ ଚର୍ଚ୍ଚା। ୧୯୯୭ରେ ରାଜନୀତିରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବା ସହ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅଭାବ ଅନଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ରାଜ୍ୟ ଭାବେ ଓଡ଼ିଶାର ଯେଉଁ ବଦନାମ୍ ଥିଲା, ତାହାକୁ ବହୁ ମାତ୍ରାରେ ହଟାଇବାରେ ସକ୍ଷମ ହୋଇଛନ୍ତି। ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲକୁ ସାରା ବିଶ୍ବ ପ୍ରଶଂସା କରୁଛି।

Share Now:

Kalinga News Beuro

Next Post

ଟରଣ୍ଟୋ ଉତ୍ସବରେ ପ୍ରଦର୍ଶନ ହେବ ୫ଟି ଭାରତୀୟ ଚଳଚ୍ଚିତ୍ର

Sun Sep 4 , 2022
ଟରଣ୍ଟୋ: ସେପ୍ଟେମ୍ବର ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ଟରଣ୍ଟୋ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ୨୦୨୨’ରେ (ଟିଆଇଏଫ୍‌ଏଫ୍‌) ୫ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ‘ଗ୍ରେଟର୍‌ ଟରଣ୍ଟୋ ଏରିଆ’ରେ ବହୁସଂଖ୍ୟକ ଭାରତୀୟ-କାନଡୀୟ ଜନତା ବାସ କରୁଥିବାରୁ ଭାରତୀୟ ଚଳଚ୍ଚିତ୍ର ପ୍ରତି ସେମାନେ ବିଶେଷ ଆଗ୍ରହ ଦେଖାଇବେ। ଏହି ଉତ୍ସବରେ ପ୍ରଥମେ ପ୍ରଦର୍ଶନ କରାଯିବ ଶୁଭମ୍‌ ଯୋଗୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କଚ୍ଚେ ଲିମ୍ବୁ’। ଏହି ଚଳଚ୍ଚିତ୍ର ପୃଷ୍ଠଭୂମୀ କ୍ରିକେଟ୍‌ ଖେଳ […]
ଟରଣ୍ଟୋ ଉତ୍ସବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial