ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀରେ ଭିଡ କଲେ ବିଜେଡି କର୍ମୀ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ବର : ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ବିଜେଡି କର୍ମୀ ଭୁବନେଶ୍ବରରେ ଆସି ପହଞ୍ଚିଲେଣି। ସେପଟେ ଟ୍ରାଫିକ୍ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ ପୁରା କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ.ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ପାଇଁ ରହିଛି। ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଆଜି (ମଙ୍ଗଳବାର) ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସାଂସଦ, ବିଧାୟକ ଓ ଦଳୀୟ ନେତାଙ୍କ ସହ ହଜାର ହଜାର କର୍ମୀ ପାରମ୍ପରିକ ବାଦ୍ୟ, ନୃତ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବେ। ଏହି କାର୍ଯ୍ୟକ୍ରମରେ ୫୦ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୫ ଆଇଆଇସି, ୯୦ ଏସ୍ଆଇଙ୍କ ସମେତ ୪୦ପ୍ଲାଟୁନ୍ ପୁଲିସ ଫୋର୍ସ ପୂରା ସହର ଉପରେ ନଜର ରଖିବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରବିବାର ଦିନ ସ୍ବେଚ୍ଛାସେବୀ ସଂସ୍ଥା ‘କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି’ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀଠା‌ରେ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା।

Share Now:

Kalinga News Beuro

Next Post

ଦେବେନ୍ଦ୍ର କୁମାର ଦାଶଙ୍କ ସ୍ମୃତିସଭା: ‘ଅହଂକାରଶୂନ୍ୟ, ସତ୍ୟନିଷ୍ଠ ଓ ଅନନ୍ୟ ଗବେଷକ ଥିଲେ ଦେବେନ୍ଦ୍ର’

Tue Sep 6 , 2022
ଭୁବନେଶ୍ବର: ବିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ଦେବେନ୍ଦ୍ର କୁମାର ଦାଶଙ୍କ ଦ୍ବାଦଶାହ ଅବସରରେ ଏକ ସ୍ମୃତିସଭା ଗତକାଲି ସନ୍ଧ୍ୟାରେ ସ୍ବର୍ଗତ ଦାଶଙ୍କ ପରିବାର ଓ ଅନୁରାଗୀଙ୍କ ପକ୍ଷରୁ ଓଏଏସ୍‌ ଅଫିସର ସଂଘ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାକୁ ଶୈଳଜ ରବି, ଅଭିରାମ ବିଶ୍ବାଳ ଓ ଦେବେନ୍ଦ୍ର ଦାଶଙ୍କ ସାନ ପୁଅ ସଙ୍କେତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ସରକାରୀ ଦଳ ମୁଖ୍ୟ […]
ଦେବେନ୍ଦ୍ର କୁମାର ଦାଶଙ୍କ ସ୍ମୃତିସଭା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial