କମାଲ କଲା ବ୍ରହ୍ମାସ୍ତ୍ର : ରିଲିଜ୍ ପୂର୍ବରୁ ଆଡ଼ଭାନ୍ସ ବୁକିଂରୁ ଆୟ କଲା ୧୮କୋଟି

ବ୍ରହ୍ମାସ୍ତ୍ରର କମାଲ୍

ମୁମ୍ବାଇ: ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରିଲିଜ୍ ପୂର୍ବରୁ ଅନେକ ରେକର୍ଡ ଭାଙ୍ଗିବାକୁ ବସିଲାଣି। ଏହି ଚଳଚ୍ଚିତ୍ର ଆସନ୍ତାକାଲି ରିଲିଜ୍ ହେବାକୁ ଥିବା ବେଳେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ବର୍ଷର ସର୍ବୋଚ୍ଚ ଆଡଭାନ୍ସ ବୁକିଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ବ୍ରହ୍ମାସ୍ତ୍ର ବର୍ଷର ଏଭଳି ଏକ ବଲିଉଡ ଚଳଚ୍ଚିତ୍ର ହୋଇପାରିଛି ଯାହାର ଆଡଭାନ୍ସ ବୁକିଂ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଚଳିତ ବର୍ଷ କେଜିଏଫ-୨ ଅଗ୍ରୀମ ବୁକିଂ କ୍ଷେତ୍ରରେ ଶୀର୍ଷରେ ରହିଛି। ଏହି ସୁପରହିଟ୍ ଚଳଚ୍ଚିତ୍ର ପରେ ‘ବ୍ରହ୍ମାସ୍ତ୍ର’ ବର୍ଷର ଦ୍ୱିତୀୟ ସର୍ବୋଚ୍ଚ ଆଡଭାନ୍ସ ବୁକିଂ ଚଳଚ୍ଚିତ୍ର ଭାବରେ ଉଭା ହୋଇଛି। ‘ବ୍ରହ୍ମାସ୍ତ୍ର’ ପାଇଁ ଏବେ ଆଡଭାନ୍ସ ବୁକିଂ ଜାରି ରହିଥିବା ବେଳେ ଆଡଭାନ୍ସ ବୁକିଂରୁ ଫିଲ୍ମଟି ୧୮କୋଟି ଆୟ କରିସାରିଥିବା ଜଣାପଡ଼ିିଛି। ବୁଧବାର ‘ବ୍ରହ୍ମାସ୍ତ୍ର’ ଏହାର ଅଗ୍ରୀମ ବୁକିଂର ଏକ ଅଂଶ ଭାବରେ ୧୮କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଆଗୁଆ ବୁକିଂରେ ୨୭-୩୨ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ତେବେ ଅୟାନ୍ ମୁଖାର୍ଜୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯, ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ଏକ ବିଶେଷ ଭୂମିକାରେ ନଜର ଆସିବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଚାନ୍ଦିପୁରରୁ କୁଇକ ରିଆକ୍ସନ ମିଶାଇଲର ସଫଳ ପରୀକ୍ଷଣ

Thu Sep 8 , 2022
ବାଲେଶ୍ବର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ କୁଇକ୍‍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (କ୍ୟୁଆରଏସଏଏମ) ବ୍ୟବସ୍ଥାର ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛନ୍ତି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ପରୀକ୍ଷା କରାଯାଇଥିଲା। ବିଭିନ୍ନ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ମାରକ କ୍ଷମତାକୁ ଆକଳନ କରିବା […]
କୁଇକ ରିଆକ୍ସନ ମିଶାଇଲର ସଫଳ ପରୀକ୍ଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial