ହାଇଦ୍ରାବାଦରେ ଅପଦସ୍ତ ହେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅପଦସ୍ଥ

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ଯୁବକ। ଏହି ବ୍ୟକ୍ତିଜଣକ ମୁଖ୍ୟମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରୁଥିବାବେଳେ ଉପସ୍ଥିତ କର୍ମୀମାନେ ତୁରନ୍ତ ସେହି ଯୁବକଙ୍କୁ ମଞ୍ଚ ଉପରୁ ତଳକୁ ନେଇଯାଇଥିଲେ। ତେବେ ଏହି ବ୍ୟକ୍ତିଜଣକ ହଠାତ ମୁଖ୍ୟମନ୍ତ୍ରୀଙ୍କ ମାଇକ ଛଡାଇନେଇଥିବାବେଳେ ଏହି ଦୃଶ୍ୟ ଦେଖି ମଞ୍ଚରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ଭାଗ୍ୟନଗର ଗଣେଶ ଉତ୍ସବ ସମିତିର ଅତିଥି ଭାବରେ ହିମନ୍ତ ଯୋଗ ଦେଇଥିଲେ। ଆଉ ହିମନ୍ତଙ୍କ ଏହା ଏହା ମଞ୍ଚରେ ଉପସ୍ଥିତ ଅନ୍ୟ ଅତିଥି ଓ ପୂଜା କମିଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ହଠାତ୍ ଜଣେ ବ୍ୟକ୍ତି ପଛରୁ ଆସି ଆସାମର ମୁଖ୍ୟମନ୍ତ୍ରୀଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣକ ବିଜେପି ନେତାଙ୍କ ସମୁଖରୁ ମାଇକ ଛଡ଼ାଇ ନେଇ ହିମନ୍ତ ବିଶ୍ୱଶର୍ମାଙ୍କ ଆଗରେ ରଖିଥିଲେ। ଆଉ ଏହି ଦୃଶ୍ୟ ଦେଖି ତୁରନ୍ତ କାର୍ଯ୍ୟକର୍ତ୍ତାମାନେ ଉକ୍ତ ବ୍ୟକ୍ତିଙ୍କୁ ଟାଣି ମଞ୍ଚ ତଳକୁ ନେଇଯାଇଥିଲେ। ଭିଡିଓରେ ଦେଖାଯାଉଛି ଯେ ଗୋଲାପୀ ରଙ୍ଗର ଉତ୍ତରୀୟ ପକାଇଥିବା ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଚଢ଼ିଯାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାର୍ଶ୍ୱରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଭାଷଣ ଦେଉଥିବାବେଳେ ତାଙ୍କ ମାଇକ ଛଡାଇ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ବୁଲାଇ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ, ଅନ୍ୟମାନେ ତାଙ୍କୁ ମଞ୍ଚରୁ ଟାଣି ନେଇ ମାଇକ୍ ଠିକ୍ କରି ସ୍ଲୋଗାନ ଦେଇଥିଲେ। ଏହି ସମୟରେ, ଏହି ସବୁ ଘଟଣା ଦେଖି ହିମନ୍ତ ହସିଥିଲେ।
ଉଲ୍ଲେଖ ଥାଉ କି ଏହି ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ହାଇଦ୍ରାବାଦର ମହାଲକ୍ଷ୍ମୀ ମନ୍ଦିର ପରିଦର୍ଶନ କରିଥିଲେ। ସେ ଏହି ସମୟରେ କହିଥିଲେ ଯେ, “ସରକାର କେବଳ ଦେଶ ତଥା ଲୋକଙ୍କ ପାଇଁ ହେବା ଉଚିତ। ସରକାର ପରିବାର ପାଇଁ କେବେ ହେଲେ ରହିବା ଉଚିତ ନୁହେଁ। କେସିଆର ବିଜେପି ମୁକ୍ତ ଭାରତ ବିଷୟରେ କହୁଛନ୍ତି। ସେମାନଙ୍କ ଏବଂ ଆମ ମଧ୍ୟରେ ପାର୍ଥକ୍ୟ ଅଛି। ସେ ବିଜେପିକୁ ଶେଷ କରିବାକୁ ଚାହୁଁଛନ୍ତି। ଆମେ ଭାରତୀୟ ରାଜନୈତିକ ବ୍ୟବସ୍ଥାରୁ ପାରିବାରିକ ରାଜନୀତିକୁ ହଟାଇବାକୁ ଚାହୁଁଛୁ।

Share Now:

Kalinga News Beuro

Next Post

ଜାତୀୟ ଯୋଗାସନ ପ୍ରତିଯୋଗିତାରେ ରେକର୍ଡ ରଚିଲା ଓଡ଼ିଶା

Fri Sep 9 , 2022
୨୨ ଜଣିଆ ଟିମ୍‌ରେ କଟକର ୧୭ ପ୍ରତିଯୋଗୀ କଟକ: ଜାତୀୟ ଯୋଗାସନ ପ୍ରତିଯୋଗିତାରେ ରେକର୍ଡ ରଚିଛି ଓଡ଼ିଶା। କର୍ଣ୍ଣାଟକର ହାମ୍ପିରେ ହଟ୍‌ ଯୋଗ ଫେଡେରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡିଶାକୁ ମିଳିଛି ଦ୍ୱିତୀୟ ସ୍ଥାନ। ବିଭିନ୍ନ ବୟସ ବର୍ଗର ୨୨ ଜଣ ଖେଳାଳି ଭାଗ ନେଇଥିବା‌ବେଳେ ୧୯ ଜଣ ୧୧ ଟି ସ୍ଵର୍ଣ୍ଣ, ୨ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ମେଡାଲ ଜିତିବାରେ ସଫଳ ହୋଇଛନ୍ତି। ସେପ୍ଟେମ୍ବର ୨ […]
ଯୋଗାସନ ପ୍ରତିଯୋଗିତାରେ ରେକର୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial