ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା

ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନୂଆଗାଁ ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୌରାଙ୍ଗ ବାରିକ (୪୮)। ସେ ୫ ଏକର ଜମିରେ ଭାଗ ଚାଷ କରିଥିଲେ। ସେ ଗୋବିନ୍ଦପୁର ସୋସାଇଟିରୁ ୧୨ ହଜାର ଟଙ୍କା, ଔପଦା କୋଅପରେଟିଭ୍‌ ବ୍ୟାଙ୍କରୁ ୧୫ ହଜାର ଟଙ୍କା, ବନ୍ଧନ ସଂସ୍ଥାରୁ ୪୦ ହଜାର ଟଙ୍କା ଓ ସ୍ପନ୍ଦନ ସଂସ୍ଥାରୁ ୨୧ ହଜାର ଟଙ୍କା ଲୋନ୍ ଆଣି ଚାଷ କରିଥିଲେ। ପ୍ରଥମେ ବର୍ଷା ଯୋଗୁଁ ଓ ପରେ ପୋକ ଲାଗିଯିବାରୁ ଫସଲ ନଷ୍ଟ ହୋଇଥିଲା। ଋଣ ଶୁଝିବା ନେଇ ଗତ କିଛି ଦିନ ହେବ ଗୌରାଙ୍ଗ ଚିନ୍ତାରେ ଥିଲେ।

ନିଜ ବାଡ଼ିରେ ଥିବା ଏକ ଆମ୍ୱ ଗଛରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏନେଇ ଗୌରାଙ୍ଗଙ୍କ ସ୍ତ୍ରୀ ଖଇରା ଥାନାରେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଗୁଜରାଟରେ ବିଜେପିର ବାଜିମାତ୍‌, କଡ଼ା ଟକ୍କର ସତ୍ୱେ କଂଗ୍ରେସ ପରାସ୍ତ

Tue Dec 19 , 2017
ନୂଆଦିଲ୍ଲୀ: ସମ୍ମାନଜନକ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼େଇରେ ବିଜେପି ବାଜି ମାରିଛି । ପୁଣିଥରେ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗୁଜରାଟ ଜନତା। କାମ ଦେଇଛି ମୋଦି ମ୍ୟାଜିକ। ଲଗାତାର ଷଷ୍ଠ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବ ବିଜେପି। ସେପଟେ ଆସନ ସଂଖ୍ୟା ବଢ଼ିଥିଲେ ବି ପୁଣିଥରେ ଚିତପଟାଙ୍ଗ ହୋଇଛି କଂଗ୍ରେସ। ନୋଟ୍ ବନ୍ଦୀ, ଜିଏସଟି ଓ ୩ ଯୁବନେତାଙ୍କୁ ନେଇ ବିଜେପି ବିରୋଧରେ ଜୋରସୋର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial