ଟି ୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ଟି୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳ ଘୋଷଣା

ଫେରିବେ ବୁମରା,ହର୍ଷଲ ପଟେଲ ଓ ବାଦ ପଡ଼ିଲେ ଜାଡେଜା

ମୁମ୍ବାଇ : ଆଗାମୀ ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଘୋଷିତ ଏହି ଦଳକୁ ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଜସପ୍ରୀତ ବୁମରା, ହର୍ଷଲ ପଟେଲ ଫେରିଛନ୍ତି। ଏସିଆ କପରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ବେ ଅଧିକାଂଶ ଖେଳାଳିଙ୍କୁ ଟିମରେ ରଖାଯାଇଛି। ଏସିଆ କପ ପରି ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ ଓ ବିରାଟ କୋହଲି ୩ ନମ୍ବର ସ୍ଥାନରେ ଆସିବେ। ସେହିପରି ସୂର୍ଯ୍ୟକୁମାର ଯାଦବ ୪ ନମ୍ବର ସ୍ଥାନରେ ଓ ହାର୍ଦ୍ଦିକ ପାଣ୍ଡ୍ୟା ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟାଙ୍କ ଫର୍ମ ଉପରେ ଭାରତୀୟ ଦଳର ମଧ୍ୟକ୍ରମ ନିର୍ଭର କରିବ। ଅନ୍ୟପକ୍ଷରେ ନିମ୍ନ ମଧ୍ୟକ୍ରମ ବିଶେଷକରି ସ୍ଲଗ ଓଭରରେ ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ବିଶ୍ବକପରେ ଭାରତୀୟ ଦଳ ପାଇଁ ଉପଯୋଗୀ ସାବସ୍ୟ ହେବ। କିନ୍ତୁ ଏସିଆ କପ ପରି ଋଷଭ ପନ୍ତ ଓ କାର୍ତ୍ତିକଙ୍କ ମଧ୍ୟରୁ ଜଣକୁ ୧୧ ଜଣିଆ ଟିମରେ ରଖାଯାଇପାରେ। ବୋଲିଂ ବିଭାଗ ସମ୍ଭାଳିବେ ବୁମରା, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ ଓ ହର୍ଷଲ ପଟେଲ। ସ୍ପିନ ବିଭାଗ ସମ୍ଭାଳିବେ ଆର.ଅଶ୍ବୀନ, ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ। ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବ। ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ବୀନ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ଭୁବନେଶ୍ବର କୁମାର, ଅକ୍ଷର ପଟେଲ, ଅର୍ସଦୀପ ସିଂ, ହର୍ଷଲ ପଟେଲ । ଷ୍ଟାଣ୍ଡବାଇ ଖେଳାଳି : ମହମ୍ମଦ ସମୀ, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର।

Share Now:

Kalinga News Beuro

Next Post

ଅଦିନରେ ମୌସୁମୀ ବର୍ଷା : ଅବପାତ ଦୁର୍ବଳ, ଓଡ଼ିଶାରେ ନାହିଁ ପ୍ରଭାବ

Tue Sep 13 , 2022
ଭୁବନେଶ୍ବର : ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ମଧ୍ୟପ୍ରଦେଶ ଓ ବିଦର୍ଭ ଉପରେ ରହିଥିବା ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଏହା ଧୀରେଧୀରେ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୪୮ ଘଣ୍ଟା ମଧ୍ୟରେ ଏହା ମଧ୍ୟପ୍ରଦେଶ ଅତିକ୍ରମ କରିବ। ଫଳରେ ଏବେ ଲଘୁଚାପର […]
ରାଜ୍ୟରେ ମୌସୁମୀ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial