ଏୟାରଇଣ୍ଡିଆ ବିମାନରେ ପୁଣି ନିଆଁ : ୧୪୫ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଗଲା

ଏୟାରଇଣ୍ଡିଆ ବିମାନରେ ନିଆଁ

ନୂଆଦିଲ୍ଲୀ : ଓମାନର ରାଜଧାନୀ ମସ୍କାଟର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଏକ ଇଂଜିନରୁ ଧୂଆଁ ବାହାରିବା ପରେ ତୁରନ୍ତ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ (କ୍ରିଉ)ଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଏହି ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନ ବି-୭୩୭ ମସ୍କାଟରୁ କୋଚି ଯିବାର ଥିଲା। ବିମାନରେ ରନଓ୍ବେରେ ଥିବା ବେଳେ ୨ ନମ୍ବର ଇଂଜିନରୁ ଧୂଆଁ ବାହାରୁ ଥିବା ଦେଖାଯାଇଥିଲା। ଏହା ପରେ ତୁରନ୍ତ ସବୁ ଯାତ୍ରୀ ଓ କର୍ମଚାରୀଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା। ବିମାନରେ ମୋଟ ୧୪୫ ଜଣ ଯାତ୍ରୀ ଥିଲେ ଓ ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିଲେ। ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ। ଏହି ଯାତ୍ରୀମାନଙ୍କୁ ମସ୍କାଟରୁ କୋଚି ନେବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଏହି ଘଟଣା ସଂପର୍କରେ ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସ ହେଉଛି ଏୟାର ଇଣ୍ଡିଆର ଏକ ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଉଥିବା ଏକ ଶାଖା କମ୍ପାନି। ୨୦୦୫ରେ ଏହାକୁ ଆରମ୍ଭ କରାଯାଇଥିଲା। ଏୟାର ଇଣ୍ଡିଆ ଟାଟା ଗୃପ ଅଧିନକୁ ଆସିବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବି ଟାଟା ଅଧିନକୁ ଯାଇଛି।

Share Now:

Kalinga News Beuro

Next Post

ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରପାଇଁ ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Wed Sep 14 , 2022
ଲଣ୍ଡନ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କର ଗତ ୮ ତାରିଖରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁଖବର ସାରା ବିଶ୍ବକୁ ଶୋକରେ ବୁଡ଼ାଇ ରଖିଛି। ଆସନ୍ତା ୧୯ ତାରିଖରେ ‌ତାଙ୍କର ଶେଷକୃତ୍ୟ ହେବ। ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ବ ନେତୃବୃନ୍ଦ ଯୋଗଦେବେ। ତେବେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ […]
ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial