ହୃଦ୍‌ଘାତରେ ପାକିସ୍ତାନୀ ଅମ୍ପେୟାର୍‌ ଅସଦ ରୌଫ୍‌ଙ୍କ ପରଲୋକ

ଅମ୍ପେୟାର୍‌ ଅସଦ ରୌଫ୍‌ଙ୍କ ପରଲୋକ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍‌ଙ୍କ ମଧ୍ୟରୁ ଅସଦ ରୌଫ୍‌ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ ଅମ୍ପେୟାର ଅସଦ ହୃଦ୍‌ଘାତର ଶିକାର ହୋଇ ୬୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ସେ ତାଙ୍କର ୧୩ ବର୍ଷର କ୍ୟାରିୟର୍‌ ମଧ୍ୟରେ ୪୯ ଟେଷ୍ଟ୍‌, ୯୮ ୱାନ୍‌ଡେ ଓ ୨୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅମ୍ପେୟାରିଂ କରିଛନ୍ତି। ତାଙ୍କ ଉପରେ ୨୦୧୩ ମସିହାରେ ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା। ପୁଣି ୨୦୧୬ ମସିହାରେ ଅସଦ ରୌଫ୍‌ଙ୍କୁ ବିସିସିଆଇ ପ୍ରତିବନ୍ଧକ ଲଗାଇଥିଲା। ପ୍ରତିବନ୍ଧକ ପରେ ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିିଥିଲା। ସେ ଲହୋରର ଏକ ବଜାରରେ ଜୋତା ଓ କପଡ଼ାର ଏକ ଦୋକାନ କରିଥି‌ଲେ। ଅଚାନକ ଅସଦଙ୍କ ଏପରି ମୃତ୍ୟୁ ଖବର ତାଙ୍କ ଭାଇ ତାହିର ରୌଫ୍‌ ଗଣମାଧ୍ୟମରେ ଦେଇଛନ୍ତି। ତାହିର କହିଛନ୍ତି ଯେ ଅସଦ ବୁଧବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ସେହି ସମୟରେ ଅଚାନକ ତାଙ୍କର ଛାତି ଯନ୍ତ୍ରଣା ହେଲା। ତାପରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ୨୦୧୨ ମସିହାରେ ଅସଦ ମୁମ୍ବାଇର ଜଣେ ମଡେଲଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ମଡେଲ୍‌ ଜଣକ ଅଭିଯୋଗ ଆଣିଥିଲେ ପାକିସ୍ତାନୀ ଅମ୍ପେୟାର୍‌ ଜଣକ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଯୌନ ସଂପର୍କ ରଖିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସେ ତାଙ୍କ କଥାକୁ ଓହରି ଯାଇ ବିବାହ କରିବାକୁ ମନା କରିଦେଲେ।

Share Now:

Kalinga News Beuro

Next Post

କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ

Thu Sep 15 , 2022
ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହୋଇଛି। ବାୟୁସେନାର ୨ଟି ବିମାନ ଗତକାଲି କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଗୁରୁବାର ପୂର୍ଣ୍ଣ ଅଭ୍ୟାସ କରିଛି। ଶୁକ୍ରବାର (ସେପ୍ଟେମ୍ବର ୧୬)ରେ ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ ବିମାନ ଏହି ସୋରେ ସାମିଲ ହୋଇଛନ୍ତି। ଏହି ହକ ବିମାନର ବ୍ୟବହାର କଣ ରହିଛି, ଦେଖାଯାଉଥିବା ସୋ’ର ପ୍ରତିଟି କୌଶଳକୁ […]
‘ସୂର୍ଯ୍ୟକିରଣ’ ଏୟାର ସୋ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial