ଆସନ୍ତା ଜୁଲାଇ ୧୪ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବ। । ଏହା ଅଗଷ୍ଟ ମାସ ୧୦ ତାରିଖ ଯାଏ ଚାଲିବ।ଏହି ଅବସରରେ ୧୮ଟି କାର୍ଯ୍ୟଦିବସ ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଏପ୍ରିିଲ ମାସରେ ସଂସଦର ବଜେଟ୍‌ ଅଧିବେଶନ ବିରୋଧୀଙ୍କ ବିରୋଧ ଯୋର୍ଗୁ ସମ୍ପୂର୍ଣ୍ଣ ଧୋଇ ହୋଇ ହୋଇଯାଇଥିଲା। ବଜେଟ୍‌ ଅଧିବେଶନ ପାଇଁ ଲୋକସଭାରେ ସ୍ଥିର ହୋଇଥିବ ସମୟର ମାତ୍ର ୧ ପ୍ରତିଶତ କାର୍ଯ୍ୟ ହୋଇଥିବା ବେଳେ ରାଜ୍ୟସଭାରେ ୬ ପ୍ରତିଶତ ସମୟ କାର୍ଯ୍ୟ ହୋଇଥିଲା। ଏହି ଅଧିବେଶନରେ ମୋଟ୍‌ ୨୫୦ ଘଣ୍ଟାର କାର୍ଯ୍ୟକାଳ ନଷ୍ଟ ହୋଇଯାଇଥିଲା।ତେଣୁ ୨୦୦୦ ମସିହାରୁ ଗତ ବଜେଟ୍‌ ଅଧିବେଶନରେ ସବୁଠାରୁ କମ୍‌ ସମୟ କାର୍ଯ୍ୟ ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

୫୦ ଲକ୍ଷକୁ କମିଲା ଓ୍ଵାର୍ଡ ବଜେଟ୍‌ : କର୍ପୋରେଟର୍‌ଙ୍କ ମଧ୍ୟରେ ଭାଳେଣି

Tue Jun 26 , 2018
ଗତବର୍ଷ ଓ୍ଵାର୍ଡ ବଜେଟ୍‌ ଦେଢ଼ କୋଟିକୁ ବଢ଼ିଥିଲା, ନଭେମ୍ବରରେ ନିର୍ବାଚନ ପାଇଁ ବିଏମ୍‌ସିର ପ୍ରସ୍ତୁତି ଭୁବନେଶ୍ୱର : ପୌର ନିର୍ବାଚନ କେବେ ହେବ ସେନେଇ ଏପର୍ଯ୍ୟନ୍ତ ଦିନ ସ୍ଥିର ହୋଇନି। ଏପରିକି ହାଇକୋର୍ଟ ଆସନ ସଂରକ୍ଷଣକୁ ନେଇ ଦେଇଥିବା ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବା ପରେ ଏହି ଅନିଶ୍ଚିତତା ଆହୁରି ବଢ଼ିଯାଇଛି। ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ମୁଡ୍‌ରେ ନଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial