ଆଇସିସିର ନୂଆ ନିୟମ : କ୍ରିକେଟ୍ ବଲରେ ଲାଳ ଘସିବା ନିଷିଦ୍ଧ

କ୍ରିକେଟ୍ ବଲରେ ଲାଳ ଘସିବା ନିଷିଦ୍ଧ

ମୁମ୍ବାଇ : ଆସନ୍ତା ମାସରୁ ଟି-୨୦ ବିଶ୍ବକପ କ୍ରିକେଟ୍ ଆରମ୍ଭ ହେଉଥିବାବେଳେ କ୍ରିକେଟ ନିୟମରେ କେତେକ ପରିବର୍ତ୍ତନ ଅଣାଯାଇଛି। ଏସବୁ ପରିବର୍ତ୍ତନକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଅନୁମୋଦନ କରାଯାଇଛି। ସବୁଠାରୁ ଚର୍ଚ୍ଚିତ ସଂଶୋଧନ ଆସିଛି କ୍ରିକେଟ ବଲରେ ଲାଳ ଘସି ସାଇନିଂ କରିବାକୁ ନେଇ। ଏଣିକି କ୍ରିକେଟ ବଲରେ ଲାଳ ଘସିବା ନିଷିଦ୍ଧ କରାଯାଇଛି। କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେଲା ଏହି ନିୟମକୁ ଅସ୍ଥାୟୀ ଭାବେ ଲାଗୁ କରାଯାଇଥିଲା। ଏବେ ତାହାକୁ ସ୍ଥାୟୀ କରିଦିଆଯାଇଛି। ଗତ ମାର୍ଚ୍ଚ ମାସରେ ମେଲବୋର୍ଣ୍ଣ କ୍ରିକେଟ କ୍ଲବ (ଏମସିସି) ବଲରେ ଲାଳ ଘସିବାକୁ ନିଷିଦ୍ଧ କରିଥିଲା। ଏମସିସିର ନୂଆ କୋଡ ଅଫ ଦି ଲ’ ଅଫ କ୍ରିକେଟ୍ ( କ୍ରିକେଟ୍ ନିୟମ ସହିଂତା)କୁ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଥିବା ଆଇସିସି ପୁରୁଷ କ୍ରିକେଟ କମିଟି ଅନୁମୋଦନ କରିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିୟମରେ ସଂଶୋଧନ କରାଯାଇଛି। ତାହା ହେଉଛି ଜଣେ ବ୍ୟାଟ୍ସମ୍ୟାନ କ୍ୟାଚ୍ ଆଉଟ ହେଲେ ନୂଆ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ହିଁ ଖେଳିବେ। ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ କ୍ୟାଚ ଧରାଯିବା ପୂର୍ବରୁ ନିଜ ପାର୍ଟନରଙ୍କୁ ଅତିକ୍ରମ କରିଥିଲେ ବି ନୂଆ ବ୍ୟାଟ୍ସମ୍ୟାନ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ଖେଳିବେ। ଆଉ ଏକ ନୂଆ ନିୟମ ହେଉଛି ଟେଷ୍ଟ ଓ ଦିନିକିଆରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ ୨ ମିନିଟରେ କ୍ରିଜରେ ପହଞ୍ଚି ଷ୍ଟ୍ରାଇକ୍ ନେବେ। ପୂର୍ବରୁ ଏହି ସମୟ ୩ ମିନିଟ୍ ଥିଲା। ତେବେ ଟି-୨୦ରେ ଏହି ସମୟ ପୂର୍ବବତ୍ ୯୦ ସେକେଣ୍ଡ ରହିଛି।

Share Now:

Kalinga News Beuro

Next Post

ବଡ଼ଭାଇର ନିସ୍ତୁକ ମାଡ଼ରେ ସାନଭାଇ ମୃତ : ଅଭିଯୁକ୍ତ ଗିରଫ

Tue Sep 20 , 2022
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜମୋହନ ସେନାପତି। ଅଭିଯୁକ୍ତ ବିଶ୍ବମୋହନ ସେନାପତିକୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ ନୂଆସାହି ଅଞ୍ଚଳର ବିଶ୍ବମୋହନ ଓ ରାଜମୋହନ ହେଉଛନ୍ତି ଦୁଇ ଭାଇ। ବିଶ୍ବମୋହନ ହେଉଛନ୍ତି ବଡ଼ ଏବଂ ସେ ଏମ୍‌ବିଏ ପଢ଼ିଛନ୍ତି। କିନ୍ତୁ ସାନଭାଇ […]
ବଡ଼ଭାଇର ନିସ୍ତୁକ ମାଡ଼ରେ ସାନ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial