ପାର୍ବଣରେ ଦାଦାବଟି ଆଦାୟ ହେଉଥିବା ଜାଣିଲେ ତୁରନ୍ତ ପୁଲିସକୁ ଜଣାନ୍ତୁ: କମିସନରେଟ ପୁଲିସ

ଚାନ୍ଦା ଓ ଦାଦାବଟିକୁ ନାଁ

ଭୁବନେଶ୍ବର: ଚାନ୍ଦା ଓ ଦାଦାବଟିକୁ ନାଁ। ଭୁବନେଶ୍ଵରରେ କମିସନରେଟ ପୁଲିସ ପକ୍ଷରୁ ପୂର୍ବରୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଥିଲା ବେଳେ ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ ବିଭିନ୍ନ ବସ୍ ମାଲିକ ସଂଘ ସହ କମିସନରେଟ ପୁଲିସର ଏକ ବୈଠକ ହୋଇଛି। ଆଗକୁ ଆସୁଛି ପାର୍ବଣ ରୁତୁ। ଏହି ସମୟରେ ମା’ଙ୍କ ପୂଜା ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ରାଜଧାନୀକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଯାତ୍ରୀ ବଢ଼ିବା ସହ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଓ ଦାଦାବଟି ଆଦାୟ ବଢିବା ଆଶଙ୍କାରେ କମିସନରେଟ ପୁଲିସ ପକ୍ଷରୁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବସ୍ ମାଲିକ ସଂଘ ଭୁବନେଶ୍ବର, ରାଜଧାନୀ ବସ୍ ମାଲିକ ସଂଘ, ଲିଙ୍ଗରାଜ ବସ୍ ମାଲିକ ସଂଘ ଭୁବନେଶ୍ବର ଉପସ୍ଥିତ ଥିଲେ। ସବୁ ବସ୍ ମାଲିକମାନଙ୍କୁ ଏନେଇ ସଚେତନ କରାଯାଇଛି ଯଦି କେହି ଦାଦାବଟି ଆଦାୟ କରୁଛି ତେବେ ତୁରନ୍ତ ସ୍ଥାନୀୟ ଥାନା ପୁଲିସ୍‌କୁ ଜଣାଇବାକୁ କୁହାଯାଉଛି।

Share Now:

Kalinga News Beuro

Next Post

ବ୍ରିଟେନରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ : ବ୍ରିଟିଶ ସରକାରଙ୍କ ନିକଟରେ ପ୍ରତିବାଦ ଜଣାଇଲା ଭାରତ

Thu Sep 22 , 2022
ନୂଆଦିଲ୍ଲୀ : ବ୍ରିଟେନର ଲିସେଷ୍ଟରଠାରେ ହୋଇଥିବା ହିନ୍ଦୁ ବିରୋଧୀ ହିଂସାକୁ ନେଇ ଭାରତ ସରକାର ବ୍ରିଟିଶ ସରକାରଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବ୍ରିଟିଶ ବିଦେଶିକ ସଚିବ ଜେମ୍ସ କ୍ଲେଭରଲିଙ୍କୁ ଭେଟି ଲିସେଷ୍ଟରରେ ଥିବା ହିନ୍ଦୁ ସଂପ୍ରଦାୟ ଓ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତର ଚିନ୍ତାକୁ ଜଣାଇଦେଇଛନ୍ତି। ଏ ସମ୍ପର୍କରେ ଏକ ଟୁଇଟ କରି ଜୟଶଙ୍କର ଲେଖିଛନ୍ତି, ବ୍ରିଟେନରେ […]
ଇଂଲଣ୍ଡରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial