ଗୀତ ଗାଇ ଜମିପଟ୍ଟା ପାଇଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ

ପ୍ରଫୁଲ୍ଲ ପାଇଲେ ଜମିପଟ୍ଟା

ବ୍ୟାସନଗର: କୋରେଇ ବ୍ଲକ୍ କାଚରାସାହି ପଞ୍ଚାୟତ ସହଗାଁ ଗ୍ରାମର ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ବ୍ୟାସନଗର ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ବସୁନ୍ଧରା ଯୋଜନାରେ ପ୍ରଫୁଲ୍ଲଙ୍କୁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ୪ ଡିସିମିଲ ଜମିର ପଟ୍ଟା ପ୍ରଦାନ କରିଛନ୍ତି। ପ୍ରକାଶ ଯେ, କିଛିଦିନ ତଳେ ଦିବ୍ୟାଙ୍ଗ ପ୍ରଫୁଲ୍ଲ ସଂଗୀତ ମାଧ୍ୟମରେ ଜମିପଟ୍ଟା ଓ ସରକାରୀ ଆବାସ ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ। ସରକାରୀ ଯୋଜନା ପାଇଁ ତାଙ୍କ ନିଆରା ସଂଗୀତ ପରିବେଷଣ ଭାଇରାଲ ହେବାରେ ଲାଗିଥିଲା। ସେହିପରି ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିଲେ। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଓ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ଆଜି ବ୍ୟାସନଗର ତହସିଲଦାର ଶ୍ରୀ ମାଝୀ ପ୍ରଫୁଲ୍ଲଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ। ଏହି ସମୟରେ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଆରଆଇ ରବୀନ୍ଦ୍ର କୁମାର ସାହୁ, ରେକର୍ଡ କିପର ଲୀନା ମଞ୍ଜରି, ଅମିନ ନିବେଦିତା ପାଢ଼ୀ ସହଯୋଗ କରିଥିଲେ।

Share Now:

Kalinga News Beuro

Next Post

୯୦ ହଜାର ବର୍ଗ କିଲୋମିଟର ୟୁକ୍ରେନର ଅଞ୍ଚଳକୁ ଋଷରେ ମିଶାଇବାକୁ ମାଷ୍ଟରପ୍ଲାନ

Sat Sep 24 , 2022
ନୂଆଦିଲ୍ଲୀ: ‘ଋଷ ଏବଂ ଆମ ଲୋକଙ୍କୁ ରକ୍ଷା କରିବା ପାଇଁ ଆମେ ନିଶ୍ଚିତ ଭାବରେ ଆମର ସମସ୍ତ ଅସ୍ତ୍ର ବ୍ୟବହାର କରିବୁ। ଆମ ପାଖରେ ବିନାଶ କରିବା ଭଳି ଅସ୍ତ୍ର ଅଛି। ମୁଁ ସେନାକୁ ଏକତ୍ରିତ କରିବା ପ୍ରସ୍ତାବକୁ ସମର୍ଥନ କରୁଛି’। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଏଭଳି କଥା କହିଛନ୍ତି। ଦ୍ଵିତୀୟ ବିଶ୍ୱ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଯୁଦ୍ଧରେ ଗଣ ସମ୍ପୃକ୍ତି ଏବଂ ସଂରକ୍ଷିତ […]
ୟୁକ୍ରେନକୁ ଋଷରେ ମିଶାଇବାକୁ ମାଷ୍ଟରପ୍ଲାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial