ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: ଭୁବନେଶ୍ବରରେ ପହଞ୍ଚିଲେ ୨ଟି ଟିମ୍‌, ଆସନ୍ତା କାଲି ବାରବାଟୀରେ ମ୍ୟାଚ୍‌

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ

ଭୁବନେଶ୍ବର: ସେପ୍ଟେମ୍ବର ୨୬ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ଖେଳାଯିବ। ଏଥି ପାଇଁ ବାରବାଟୀ ପ୍ରସ୍ତୁତ ହୋଇଯାଇଥିବା ବେଳେ ଆଜି ଅପରାହ୍ନରେ ଭୁବନେଶ୍ବରରେ ୨ଟି ଟିମ୍‌ ଆସି ପହଞ୍ଚିଛନ୍ତି। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଯଥା ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନେ ସିଧାସଳଖ ହୋଲେଟ ମେ ‌ଫାୟାରକୁ ଯାଇଥିଲେ। ହୋଟେଲରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ସୂଚନାଯୋଗ୍ୟ, ବାରବାଟୀରେ ଆସନ୍ତା ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ୨୬ ତାରିଖରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ବାରବାଟୀରେ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ଏନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Share Now:

Kalinga News Beuro

Next Post

ନକଲି ଔଷଧ ଵ୍ୟଵସାୟ ଘଟଣା : ତିନି ଦିନ ରିମାଣ୍ଡରେ ଦୁଇ ଅଭିଯୁକ୍ତ

Sun Sep 25 , 2022
କଟକ: ନକଲି ଔଷଧ ଉତ୍ପାଦନ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିହାର ପୁଲିସ ସହାୟତାରେ ଗତକାଲି ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଦୁଇ ଅଭିଯୁକ୍ତ ହେଲେ ଆଲୋକ ମିଶ୍ରା ଓ ହରିଶ କୁମାର। ୪୨୦ ଓ ୩୩୬ ଦଫାରେ ଗିରଫ କରିଛୁ। ନକଲି ଲାଇସେନ୍ସ ଓ ଵିଲ୍ ବି ଜବତ ହୋଇଛି। ଗିରଫ ବେଳେ ସେମାନଙ୍କ ମୋବାଇଲ, […]
ନକଲି ଔଷଧ ଵ୍ୟଵସାୟ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial