ଲାଞ୍ଚ ନେଉଥିବା ବେଳେ ବିଡିଓଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ବିଡିଓଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବିଡ଼ିଓ ବିନୋଦ ନାଏକ ୧ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି। ଲାଞ୍ଚ ନେଉଥିବା ବେଳେ ବିଡ଼ିଓଙ୍କୁ କାବୁ କରିଛି ବଲାଙ୍ଗୀର ଭିଜିଲାନ୍ସ ଟିମ। ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ବ୍ଳକ ଭିତରେ ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରିଥିଲେ ଭିଜିଲାନ୍ସ ଟିମ। ବ୍ଲକରେ ନିର୍ମାଣ ହୋଇଥିବା ଏକ ଗାର୍ଡୱାଲ୍ ଓ କଂକ୍ରିଟ ରାସ୍ତାର ବିଲ କରିବା ପାଇଁ ଟଙ୍କା ଦାବି କରିଥିଲେ ବିଡ଼ିଓ ବିନୋଦ ନାଏକ। ଫଳରେ ରାଜକେଲ ଗାଁର ଗୋପାଳ ଧରୁଆ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ରାସାୟନିକ ପ୍ରଲେପ ଥିବା ଟଙ୍କାକୁ ସେ ଲାଞ୍ଚ ଭାବରେ ଦେଇଥିଲେ ଏବଂ ଟଙ୍କା ନେଉଥିବା ବେଲେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଟଙ୍କା ସହ ବିଡ଼ିଓଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଏହାପରେ ବିଡ଼ିଓଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁସାରେ, ଠକାଦାର ଗୋପାଳ ଧାରୁଆଙ୍କ ଠାରୁ ବିଡିଓ ଶ୍ରୀ ନାୟକ ଏକ ପୁରୁଣା କାମର ପ୍ରାପ୍ୟ ପାଇବା ଲାଗି ୩୦,୦୦୦ ଟଙ୍କା ଓ ଏକ ୩୦ ଲକ୍ଷ ଟଙ୍କାର ନୂଆ କାମ ଦେବା ଲାଗି ୧୫୦,୦୦୦ ଟଙ୍କା ଦାବି କରିଥିଲେ। ଭିଜିଲାନ୍ସ ହାତରେ ବିଡିଓ ଧରାପଡ଼ିବା ପରେ ତାଙ୍କ ଘର ଓ ଅଫିସ ସମେତ ତିନିଟି ଜାଗାରେ ଚଢ଼ାଉ ଚାଲିଛି। ସେ ଆୟ ବର୍ହିିଭୂତ ସଂପତ୍ତି ଠୁଳ କରିଛନ୍ତି ନା ନାହିଁ, ତାହା ଭିଜିଲାନ୍ସ ତଦନ୍ତ କରୁଛି। ସମ୍ବଲପୁର ଭିଜିଲାନ୍ସ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Share Now:

Kalinga News Beuro

Next Post

‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’ ଗଠନ କଲେ ଗୁଲାମ୍‌ ନବୀ ଆଜାଦ୍

Mon Sep 26 , 2022
ଜମ୍ମୁ: ପୂର୍ବତନ କଂଗ୍ରେସ ନେତା ଗୁଲାମ୍‌ ନବୀ ଆଜାଦ୍‌ ଆଜି ତାଙ୍କର ନୂଆ ରାଜନୈତିକ ଦଳର ନାମ (ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି) ଘୋଷଣା କରିବା ସହିତ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। କଂଗ୍ରେସଠାରୁ ସମ୍ପର୍କ ଛିନ୍ନ କରିବାର ପ୍ରାୟ ମାସେ ପରେ ଆଜି ଆଜାଦ୍‌ ତାଙ୍କ ନିଜସ୍ୱ ନୂଆ ରାଜନୈତିକ ଦଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଜି ଜମ୍ମୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ […]
‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial