‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’ ଗଠନ କଲେ ଗୁଲାମ୍‌ ନବୀ ଆଜାଦ୍

‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’

ଜମ୍ମୁ: ପୂର୍ବତନ କଂଗ୍ରେସ ନେତା ଗୁଲାମ୍‌ ନବୀ ଆଜାଦ୍‌ ଆଜି ତାଙ୍କର ନୂଆ ରାଜନୈତିକ ଦଳର ନାମ (ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି) ଘୋଷଣା କରିବା ସହିତ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। କଂଗ୍ରେସଠାରୁ ସମ୍ପର୍କ ଛିନ୍ନ କରିବାର ପ୍ରାୟ ମାସେ ପରେ ଆଜି ଆଜାଦ୍‌ ତାଙ୍କ ନିଜସ୍ୱ ନୂଆ ରାଜନୈତିକ ଦଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଜି ଜମ୍ମୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ କହିଲେ, ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ନିକଟରେ ମୁଁ କୃତଜ୍ଞ। ଆମେ ସ୍ୱାଧୀନ ଚିନ୍ତା ଓ ଆଦର୍ଶରେ ଅନୁପ୍ରାଣିତ ହେଉଥିବାରୁ ଏ ଦଳଟି ଗୋଟାଏ ଗଣତାନ୍ତ୍ରିକ ଦଳ ହେବ। ଉର୍ଦ୍ଦୁ ଓ ସଂସ୍କୃତ ଭାଷାରେ ମୋ ନୂଆ ଦଳ ନିମନ୍ତେ ପ୍ରାୟ ୧୫୦୦ ନାଁ ଆସିଥିଲା। ହିନ୍ଦୀ ଓ ଉର୍ଦ୍ଦୁର ମିଶ୍ରଣ ହେଉଛି ‘ହିନ୍ଦୁସ୍ତାନୀ’। ଆମେ ଚାହୁଁଥିଲୁ ନାଁଟି ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱାଧୀନ ହେଉ। ଆମ ରାଜନୀତି ଜାତି ଅଥବା ଅଞ୍ଚଳଭିତ୍ତିକ ହେବନାହିଁ।
ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ତାଙ୍କର ନୂତନ ରାଜନୈତିକ ଦଳ ଉନ୍ମୋଚନ କରିବା ପୂର୍ବରୁ ରବିବାର ଦିନ ଗୁଲାମ୍‌ ନବୀ ଆଜାଦ୍‌ କର୍ମୀ ଓ ନେତାମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେ କହିଛନ୍ତି, ନୂଆ ଦଳ ଗଠନ ନିମନ୍ତେ ଆମେ ଅନ୍ୟ କୌଣସି ଦଳର ପରାମର୍ଶ ନେଇ ନାହୁଁ। ମୋ ଦଳ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ। ଆଗରୁ କଂଗ୍ରେସ ପରିତ୍ୟାଗ କରିବା ପରେ ଜମ୍ମୁରେ ତାଙ୍କର ପ୍ରଥମ ସାଧାରଣ ସଭାରେ ଘୋଷଣା କରିଥିଲେ କି, ସେ ନିଜସ୍ୱ ରାଜନୈତିକ ଦଳ ଆରମ୍ଭ କରିବେ। ସେ ଦଳ ପୂର୍ଣ୍ଣ ରାଜତ୍ୱ ପ୍ରାପ୍ତି ଉପରେ ଧ୍ୟାନ ଦେବ। ଦଳ ସାମଗ୍ରିକ ଭାବେ ଧ୍ୱଂସ ହୋଇଯାଇଛି କହି ୭୩ ବର୍ଷିୟ ଆଜାଦ୍‌ ଅଗଷ୍ଟ ୨୬ ତାରିଖ ଦିନ କଂଗ୍ରେସ ପରିତ୍ୟାଗ କରିଥିଲେ। ରାହୁଲ୍‌ ଗାନ୍ଧୀ ଦଳର ସମଗ୍ର ପରାମର୍ଶ ବ୍ୟବସ୍ଥାକୁ ନଷ୍ଟ କରିଥିବା କଥା ମଧ୍ୟ ସେ କହିଥିଲେ।

Share Now:

Kalinga News Beuro

Next Post

କଟକ ବଡମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି : ଥାନାରେ ଏତଲା ଦେଲେ ବାପା

Mon Sep 26 , 2022
କଟକ: ଏସସିବି ବଡ ମେଡିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ। ପ୍ରସୂତି ବିଭାଗର ଆଇସିୟୁରୁ ପିଲା ଚୋରି ଅଭିଯୋଗ ହୋଇଛି। ଅଭିଯୋଗ ପରେ ଏସସିବି କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରୁଛନ୍ତି। ଚିକିତ୍ସା ସମୟରେ ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ନବଜାତ ଶିଶୁର ବାପା। ନବଜାତ ଶିଶୁର ବାପା ତୋଫାନ କୁମାର ଜେନାଙ୍କ କହିବା ମୁତାବକ ଗତ ଗୁରୁବାର ଦିନ ତାଙ୍କର ସ୍ତ୍ରୀଙ୍କୁ ଏସସିବି ମେଡିକାଲର ପ୍ରସୂତି ବିଭାଗରେ ଭର୍ତ୍ତି […]
କଟକ ବଡମେଡିକାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial