୨୪ ଘଣ୍ଟାରେ ଦେଶରେ ୩,୨୩୦ କରୋନା ସଂକ୍ରମିତ ଚିହ୍ନଟ : ୩୨ ଜଣଙ୍କ ମୃତ୍ୟୁ

୨୪ ଘଣ୍ଟାରେ ୩,୨୩୦ କରୋନା

ନୂଆଦିଲ୍ଳୀ: ଦେଶରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ୪,୧୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ରହିଛି ୩,୨୩୦। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୭୫, ୪୭୩ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୩୫୮ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଏହି ସୂଚନା ଦିଆଯାଇଛି। ଆଜି ଆଉ ୩୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୨୮, ୫୬୨ରେ ପହଞ୍ଚିଛି। ଆଜି କେବଳ କେରଳରୁ ୨୨ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି।
କରୋନା ସଂକ୍ରମଣ ସକ୍ରିୟ ମାମଲା ହାର ୦.୧୦ ପ୍ରତିଶତ ରହିଥିବା ବେଳେ କରୋନା ସୁସ୍ଥ ହାର ରହିଛି ୯୮.୭୨ ପ୍ରତିଶତ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୧୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିଲା।

Share Now:

Kalinga News Beuro

Next Post

ଆଶା ପାରେଖଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ

Tue Sep 27 , 2022
ମୁମ୍ବାଇ: ବଲିଉଡ୍‌ର ବରି‌ଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ। ହିନ୍ଦୀ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଆୱାର୍ଡ ତାଙ୍କୁ ଦିଆଯିବ। ଏହି ଖବର ପ୍ରକାଶ ପାଇବା ପରେ ଲୋକେ ସୋସିଆଲ୍‌ ମିଡିଆରେ ଆଶା ପାରେଖଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରି ଦେଇଛନ୍ତି। ଏ ନେଇ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ଖବର ଦେଇଛନ୍ତି କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ […]
ଆଶା ପାରେଖ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial